Sunday, March 8, 2026
Homeରାଜ୍ୟମହିଳାଙ୍କ ଦକ୍ଷତା ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ପତନ୍ତ୍ର ଅନୁଦାନ ଦାବୀ ।

ମହିଳାଙ୍କ ଦକ୍ଷତା ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ପତନ୍ତ୍ର ଅନୁଦାନ ଦାବୀ ।

ପଦ୍ମପୁର-ମହିଳାଙ୍କ ଦକ୍ଷତା ବିକାଶ ପାଇଁ ମିଳୁ କେନ୍ଦ୍ର ସରକାରଙ୍କ ସ୍ପତନ୍ତ୍ର ଅନୁଦାନ । କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଏଭଳି ଦାବି କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ମହିଳାଙ୍କ ଦକ୍ଷତା ବିକାଶ ଏବଂ ସାମଗ୍ରିକ ସଶକ୍ତିକରଣ ପାଇଁ ସ୍ପତନ୍ତ୍ର ପ୍ରକଳ୍ପର ମଂଜୁରୀ ପାଇଁ ଦାବି କରିଛନ୍ତି ବରଗଡ଼ ସାଂସଦ । ଏନେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ଭେଟି ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ପ୍ରଦୀପ ପୁରୋହିତ । ବରଗଡ଼ ସଂସଦୀୟ କ୍ଷେତ୍ରରେ ଥିବା ମହିଳାଙ୍କ ପାଇଁ ଦକ୍ଷତାର ବିକାଶ ତଥା ମହିଳାଙ୍କ ସଶକ୍ତିକରଣ ଦିଗରେ ସେ ଦାବି ଉପସ୍ଥାପନା କରିଛନ୍ତ । କୃଷି, ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟଚାଷ, ବୟନ, ହସ୍ତତନ୍ତ, ଖଦି ଓ ଗ୍ରାମାଂଚଳ କାରଖାନା ତଥା ପାରମ୍ପରିକ କ୍ଷେତ୍ରରେ ଦକ୍ଷତା ମୂଳକ ତାଲିମ ମହିଳା ମାନଙ୍କୁ ଦିଆଯାଉ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।

ମହିଳାଙ୍କୁ ଉଦ୍ୟୋଗ ଓ ଆତ୍ମନିର୍ଭରଶୀଳ ତାଲିମ ଦେବାକୁ ସେ ଗୁରୁତ୍ୱ ଦେଇଛନ୍ତି । ମହିଳାଙ୍କ ସୁରକ୍ଷା, ଆଇନଗତ ଅଧିକାର, ସଂସ୍ଥାଗତ ସହାୟତା ବ୍ୟବସ୍ଥା ସମ୍ପର୍କରେ ମହିଳା ମାନଙ୍କୁ ସଚେତନତା କଲା ଭଳି କାର୍ଯ୍ୟକ୍ରମ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ସେ ଦାବି କରିଛନ୍ତି । ତାଲିମ ପରେ ସ୍ଥାୟୀ ଜୀବିକା ସୁନିଶ୍ଚିତ କରିବା ଓ ରୋଜଗାରକ୍ଷମ କାର୍ଯ୍ୟକ୍ରମ କରାଯବିାର ଆବଶ୍ୟକତା ଥିବା କହିଛନ୍ତି ବରଗଡ଼ ସାଂସଦ । କେନ୍ଦ୍ର ସରକାରଙ୍କ ମିଶନ ଶକ୍ତି ଓ ଅନ୍ୟ ଯୋଜନାରେ ଏହି ଅଂଚଳର ମହିଳାମାନଙ୍କୁ ସାମିଲ କରାଯାଉ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରାୟ ୭ ଲକ୍ଷ ୩୦ ହଜାର ମହିଳା ଅଛନ୍ତି ।

ଏଠାକାର ମୋଟ ଜନସଂଖ୍ୟାର ୪୯.୨% ହେଉଛନ୍ତି ମହିଳା । ଏମାନେ କୃଷି, ପଶୁପାଳନ, ମାଇନିଂ ଓ କଳ କଳାରଖାନା ଉପରେ ନିର୍ଭର କରନ୍ତି । ବଡ଼ ବଡ଼ ଇଣ୍ଡଷ୍ଟ୍ରୀ ଥିବା ସତ୍ୱେ ବିଶେଷକରି ମହିଳାମାନେ ସ୍ଥାନୀୟ ଭାବରେ ଦକ୍ଷ ମାନବସମ୍ବଳ ଗୁରୁତର ଅଭାବର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ପଡୋଶୀ ରାଜ୍ୟରୁ ମାନବସମ୍ବଳ ଆଣି କାମରେ ନିୟୋଜିତ କରାଯାଉଛି । ତେଣୁ ମହିଳାମାନଙ୍କ ଦକ୍ଷତା ବିକାଶ ଏବଂ ସାମଗ୍ରିକ ସଶକ୍ତିକରଣ ପାଇଁ ଏକ ଲକ୍ଷ୍ୟ ଭିତ୍ତିକ ପଦକ୍ଷେପ କାର୍ଯ୍ୟକାରୀ କରିବା ଉଦେ୍ଦଶ୍ୟରେ ମନ୍ତ୍ରଣାଳୟର ମିଶନ ଶକ୍ତି ଯୋଜନା ଏବଂ କାର୍ଯ୍ୟକ୍ରମ ଅଧିନରେ ସ୍ୱତନ୍ତ୍ର ପ୍ରକଳ୍ପ ଅନୁଦାନ ମଂଜୁର କରିବାକୁ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ନିକଟରେ ଦାବି କରିଛନ୍ତି ସାଂସଦ ପ୍ରଦୀପ ପୁରୋହିତ ।

error: Content is protected !!