Saturday, April 19, 2025
spot_imgspot_imgspot_img
Homeରାଜ୍ୟମହା ଆଡ଼ମ୍ବରରେ ସତାୟୁଙ୍କ ଜନ୍ମଦିନ ପାଳନ କଲେ ପରିବାର ଲୋକେ।

ମହା ଆଡ଼ମ୍ବରରେ ସତାୟୁଙ୍କ ଜନ୍ମଦିନ ପାଳନ କଲେ ପରିବାର ଲୋକେ।

ପାଟଣାଗଡ-ମଣିଷର ବାର୍ଦ୍ଧକ୍ୟ ବେଳେ ବେଳେ ତା ପାଇଁ ବୋଝ ପାଲଟି ଯାଏ । ଆଉ ଏତିକି ବେଳେ ଯଦି ପରିବାର ହାତ ଛାଡ଼ି ଦିଏ ତେବେ ଜୀବନଟା ଦୁର୍ବିସହ ହୋଇପଡେ । ଜୀବନର ଶେଷ ସମୟ ତକ ରାସ୍ତା କଡ଼ରେ ନଚେତ୍ ବୃଦ୍ଧା ଶ୍ରମରେ କରିବାକୁ ପଡେ । ପରିବାରରେ ପୁଅ ବୋହୂ ନାତି ନାତୁଣୀ ଭାଇ ବନ୍ଧୁ ଥିବା ପରେ ବି ମଣିଷକୁ ଅନ୍ୟର ଦୟାରେ ଜୀବନ କରିବାକୁ ପଡେ । ଥରେ ଭାବନ୍ତୁ ଶତାୟୁ ହେବା ପରେ ବି ଯେଉଁ ଲୋକ ତା ପରିବାର ପାଇଁ କୌଣସି ଅମୂଲ୍ୟ ସମ୍ପଦ ଠାରୁ କମ୍ ନୁହେଁ ସେ ଲୋକ ସତରେ କେତେ ଭାଗ୍ୟବାନ ।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ତମିଆଁ ଗ୍ରାମର ଲୋକନାଥ ପଣ୍ଡା ସେହି ଭାଗ୍ୟବାନ ମଣିଷମାନଙ୍କ ଭିତରେ ଜଣେ । ଶହେଟି ବସନ୍ତ ଅତିକ୍ରମ କରି ସାରିଥିବା ଲୋକନାଥ ପଣ୍ଡାଙ୍କ ଜନ୍ମଦିବସକୁ ତାଙ୍କ ପୁତ୍ର ଓ ନାତି ମାନେ ବହୁ ଆଡ଼ମ୍ବରରେ ପାଳନ କରିଛନ୍ତି ।ବହୁ ଦୂରଦୁରାନ୍ତରୁ ବନ୍ଧୁ ବାନ୍ଧବ ଆସି ପହଂଚି ଥିବାବେଳେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ସ୍ଥାନୀୟ ଲୋକ ଜମା ହୋଇଥିଲେ ।

ଏହି ଅବସରରେ ଅନେକ ବୁଦ୍ଧିଜୀବୀ ଓ ସ୍ଥାନୀୟ ସରପଞ୍ଚ ଯୋଗଦେଇ ତାଙ୍କର ମୂଲ୍ୟବାନ ମତାମତ ରଖିବା ସହ ଏଭଳି ଏକ ଭବ୍ୟ ଆୟୋଜନ ଦେଖି ପଣ୍ଡା ପରିବାର ବର୍ଗଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ଶତାୟୁ ପୁରୁଷ ଲୋକନାଥ ପଣ୍ଡାଙ୍କ ଗୋଡ ଧୋଇ ସମସ୍ତେ ମୁଣ୍ଡିଆ ମାରି ଆଶିର୍ବାଦ ନେଇଥିଲେ । ଉକ୍ତ ଅଂଚଳରେ ପ୍ରଥମ ଥର ପାଇଁ ଏମିତି ଏକ କାର୍ଯ୍ୟକ୍ରମ ଦେଖି ଲୋକେ ଖୁବ୍ ପ୍ରଶଂସା କରିଥିଲେ ।ପୁତ୍ର ଗୌରାଙ୍ଗ ପଣ୍ଡା,ହିରାଲାଲ ପଣ୍ଡା ଓ ନାତି ସନ୍ତୋଷ ପଣ୍ଡା ଏହି ଆୟୋଜନ କରିଥିବା ବେଳେ ସମସ୍ତଙ୍କ ପାଇଁ ଭୋଜିଭାତର ଆୟୋଜନ କରାଯାଇଥିଲା ।

error: Content is protected !!