Wednesday, June 4, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିମହାସମାରୋହରେ ପାଳିତ ହୋଇଯାଇଛି ଶୀତଳଷଷ୍ଠୀ ଯାତ୍ରା: ବାବା ସ୍ଵପ୍ନେଶ୍ଵର ଓ ମା ପାର୍ବତୀଙ୍କ ଯୁଗଳ ଦର୍ଶନ...

ମହାସମାରୋହରେ ପାଳିତ ହୋଇଯାଇଛି ଶୀତଳଷଷ୍ଠୀ ଯାତ୍ରା: ବାବା ସ୍ଵପ୍ନେଶ୍ଵର ଓ ମା ପାର୍ବତୀଙ୍କ ଯୁଗଳ ଦର୍ଶନ କଲେ ଭକ୍ତ ।

ପଦ୍ମପୁର-ମହାସମାରୋହରେ ପଦ୍ମପୁରରେ ପାଲିତ ହୋଇଯାଇଛି ଦେବାଦୀ ଦେବ ସ୍ଵପ୍ନେଶ୍ଵର ମହାଦେବ ଏବଂ ମାତା ଜଗତଜନନୀ ପାର୍ବତୀଙ୍କ ପବିତ୍ର ବିବାହ ଉତ୍ସବ ବା ଶୀତଳ ଷଷ୍ଠୀ ଯାତ୍ରା। ହଜାର ହଜାର ଭକ୍ତଙ୍କ ସମାଗମ ରେ ଘଣ୍ଟ ସଙ୍ଖ ଡମ୍ବରୁ ନାଦ ସହ ହର ହର ମହାଦେବ ଓ ଯଏ ମାତା ଦି ର ଧ୍ବନୀରେ ସମଗ୍ର ନଗର ପ୍ରକମ୍ପିତ ହେବା ସହ ବୈଦିକ ପରମ୍ପରା ଓ ସଂସ୍କୃତି ଗତ ରୀତିନୀତିରେ ସମ୍ପୂର୍ଣ୍ଣ ହୋଇଥିଲା ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ। ଭବ୍ୟ ପଟୁଆରରେ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କ ମନ୍ଦିରରୁ ବରଯାତ୍ରା ବାହାରି ଶ୍ରୀ ରାମ ନଗର ସ୍ଥିତ କନ୍ୟା ପିତା ମାତା ଶ୍ରୀ କେଦାର ସାହୁ ଓ ଶ୍ରୀମତୀ ସ୍ବର୍ଣ୍ଣକାନ୍ତି ସାହୁଙ୍କ ଘରେ ପହଁଞ୍ଚିବା ସହ ମହାଦେବ ଓ ମା ପାର୍ବତୀଙ୍କ ହୋଇଥିଲା ପାଣିଗ୍ରହଣ।

ତେବେ ରବିବାର ପୁନଃ ଦେବ ଦମ୍ପତ୍ତିଙ୍କୁ ମନ୍ଦିରକୁ ପାଛୋଟି ଆଣିବା ପାଇଁ ବର ପିତା ମାତା ଶ୍ରୀ ଚନ୍ଦନ ମେହେର ଓ ତାରାବତି ମେହେରଙ୍କ ସହ ଭକ୍ତଙ୍କ ଗହଣ ଲାଗିଥିଲା। ତେବେ ମନ୍ଦିର ଆସିବ ଯାତ୍ରା ରେ ଦେବ ଦମ୍ପତ୍ତିଙ୍କ ଅପୂର୍ବ ଭବ୍ୟ ମନଲୋଭା ଯୁଗଳ ଦର୍ଶନ ର ଲାଭ ନେଇଥିଲେ ଭକ୍ତ। ଅନ୍ୟପଟେ ସାର୍ବଜନୀନ ଶୀତଳଷଷ୍ଠୀ କମିଟି ପକ୍ଷରୁ ପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବ ଭକ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା କରାଯାଇଥିବା ବେଳେ କିପରି ସୁରଖୁରରେ ଏବଂ ସୁରକ୍ଷିତ ଭାବରେ ପ୍ରଭୁଙ୍କୁ ଭକ୍ତଙ୍କ ଦର୍ଶନ କରି ପାରିବେ ତାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାରେ ଷଷ୍ଠୀ ଉତ୍ସବ ସମାପନ କରିବେ ସାହାଯ୍ୟ କରିଥିବା ପାଇଁ ଉପଖଣ୍ଡ ପ୍ରଶାସନିକ କତୃପକ୍ଷ ପୋଲିସ ଅଗ୍ନିଶମ ବାହିନୀ ବିଦ୍ୟୁତ ସ୍ୱାସ୍ଥ୍ୟ ଆଦି ସମସ୍ତ ବିଭାଗ ପ୍ରଚାର ପ୍ରସାର କରୁଥିବା ସମସ୍ତ ମିଡ଼ିଆ ବନ୍ଧୁ ଏବଂ କମିଟିର ସମସ୍ତ ସଦସ୍ୟ ଓ ସର୍ବୋପରି ଉତ୍ସବରେ ସାମିଲ ହେବା ପାଇଁ ଭକ୍ତ ମାନଙ୍କୁ କମିଟି ପକ୍ଷରୁ ଧନ୍ୟବାଦ ଜଣାଯାଇଛି।

error: Content is protected !!