ପାଇକମାଲ-ମହର୍ଷି ଦୟାନନ୍ଦ କନ୍ୟା ଗୁରୁକୁଳ ଘୁଂଚାପାଲି ରେ ୧୭ତମ ବାର୍ଷିକ ଉତ୍ସବ ରବିବାର ଉଦଯାପିତ ହୋଇ ଯାଇଛି। ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ବାର୍ଷିକ ଉତ୍ସବ ରେ ନୂତନ ପ୍ରବୀଷ୍ଠ କନ୍ୟା ମାନଙ୍କର ବ୍ରତ ଉପନୟନ, ଓ ବେଦାରମ୍ଭ ସଂସ୍କାର କରାଯାଇଥିଲା। ଏଥି ସହ ନାରୀ ଉତ୍ଥାନ ସମ୍ବିଳନୀ, ରାଷ୍ଟ୍ର ନିର୍ମାଣ ସମ୍ମିଳନୀ, ବେଦ ସମ୍ମିଳନୀ, ପର୍ଯ୍ୟବରଣ ସମ୍ମିଳନୀ, ଶିକ୍ଷା ଏବଂ ସଂସ୍କୃତି ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ଅଂଚଳ ର ଅନେକ ଶ୍ରୋତା, ବକ୍ତା ଏକତ୍ରିତ ହୋଇ ଥିଲେ ଏବଂ ସାମବେଦ ପାରାୟଣ ମହାଯଜ୍ଞ ରେ ଏକତ୍ରିତ ହୋଇ ହୋମକୁଣ୍ଡ ରେ ଘୃତ ପ୍ରଦାନ କରି ମହାପୂଣ୍ୟ ଲାଭ କରିଥିଲେ।
କନ୍ୟା ଗୁରୁକୁଳ ର ଛାତ୍ରୀ ମାନଙ୍କ ମଧ୍ୟରେ ଗୀତ, ନାଚ., ସଂଗୀତ, ବକୃତା ଚିତ୍ରାଙ୍କନ, ପ୍ରତିଯୋଗିତା ସହ ବିଭିନ୍ନ ପ୍ରକାର ର କୁସ୍ତି କରାଯାଇ ଥିଲା। ଝିଅ ମାନଙ୍କର ଉତ୍କୃଷ୍ଟ କାର୍ଯ୍ୟକ୍ରମ ଦେଖି ଦର୍ଶକ ମାନେ ଖୁବ ପ୍ରଶଂସା କରିଥିଲେ। ଏହି ଅବସରରେ କନ୍ୟା ଗୁରୁକୁଳ ପରିଚାଳନା କମିଟିର ସଭାପତି ବଡ ଶତପଥି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସାଉଦି ଆରବ ର ପ୍ରଖ୍ୟାତ ବକ୍ତା ଦୟାନନ୍ଦ ଶର୍ମା,ମୁଖ୍ୟ ବକ୍ତା ଭାବରେ, ଆଚାର୍ଯ୍ୟ ବୃହଶ୍ଵତୀଜି, ପ୍ରଫେସର ଶ୍ରୀ ବତ୍ସ ଜି, ସମ୍ନାନିତ ଅତିଥିଭାବେ ସ୍ୱାମୀ, ସୁରେଶ୍ୱରାନନ୍ଦଜି, ବ୍ରତାନନ୍ଦଜି ମହାରାଜ, କୋମଳଜୀ,କନ୍ୟା ଗୁରୁକୁଳ ସଂଚଳକ ଆଚାର୍ଯ୍ୟ ନରଦେବଜି ଯଜୁର୍ବେଦୀ, ଆଚାର୍ଯ୍ୟ।
ଡା. ସାରଦା ବିଦ୍ୟାଳଙ୍କାର, ପ୍ରମୁଖ ବିଦ୍ୱାନ ପଣ୍ଡିତ, ସାଧୁ ମହାତ୍ମା ରାଷ୍ଟ୍ରସେବୀ ମାନେ ଯୋଗଦେଇ ତାଙ୍କର ମୁଖ ନିସୃତ ବାଣୀରେ ଅନର୍ଗଳ ମଣିଷ କିପରି ଆଧୁନିକ ଯୁଗରେ ସୁଖରେ ବଂଚିବେ, ନିଜର କୁଟୁମ୍ବ କିପରି ଧର୍ମ କୁ ଆଦରି ପରିଚାଳିତ ହେବେ, ଶିକ୍ଷିତ ହୋଇ କିପରି ରାଷ୍ଟ୍ର ନିର୍ମାଣ କରିବେ, ନାରିଜାତି ଉଚ୍ଚଶିକ୍ଷିତା ହୋଇ ସମାଜ ର ମଙ୍ଗଳ କାମରେ ଆଗେଇ ଆସିବେ, ଛାତ୍ର ଛାତ୍ରୀ ଙ୍କ ଶିକ୍ଷା କିପରି ହେବା କଥା, ଇତ୍ୟାଦି ବିଷୟରେ ବିସ୍ତୃତ ଦିଗଦର୍ଶନ ଦେଇ ସ୍ରୋତା ମାନଙ୍କ ମନ ମୁଗ୍ଧ କରିଦେଇ ଥିଲେ.।
ସଭା ପରିଚାଳନା ଆଚାର୍ଯ୍ୟ ନରଦେବଜି କରିଥିଲେ, ସଭାର ଉଦେଶ୍ୟ ଜ୍ଞାପନ ଆଚାର୍ଯ୍ୟ। ସାରଦାଜି କରି ଥିବା ବେଳେ ଧନ୍ୟବାଦ ଅର୍ପଣ କନ୍ୟା ଗୁରୁକୁଳ ର ପ୍ରବନ୍ଧକ ଆଚାର୍ଯ୍ୟ ଅନନ୍ତ କୁମାର କରିଥିଲେ। ଶେଷରେ ସମସ୍ତଙ୍କୁ ଅନ୍ନ ପ୍ରସାଦ ସେବନ କରାଇଥିଲେ ଭୁବନେଶ୍ୱର ଶାସ୍ତ୍ରୀ ଓ ତାଙ୍କର ସାଥିମାନେ |ଏହି ବାର୍ଷିକ ଉତ୍ସବରେ ଗୁରୁକୁଳ ର ସମସ୍ତ ଅନ୍ତେବାସୀ ମାନେ ସହଯୋଗ କରି ସରସ ଓ ସୁନ୍ଦର କରି ଥିଲେ।