Saturday, March 7, 2026
Homeଅଘଟଣମହଙ୍ଗା ପଡ଼ିଲା ଏଟିଏମ ଭଙ୍ଗାରୁଚା:ମାରଣାସ୍ତ୍ର ସହ ଜଣେ ଗିରଫ।

ମହଙ୍ଗା ପଡ଼ିଲା ଏଟିଏମ ଭଙ୍ଗାରୁଚା:ମାରଣାସ୍ତ୍ର ସହ ଜଣେ ଗିରଫ।

ପାଇକମାଲ- ପାଇକମାଲ ସହରର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭିତରେ ପଶି ଜଣେ ବ୍ୟକ୍ତି ପଶି ଟଙ୍କା ଚୋରି କରିବା ଉଦ୍ଦେଶ୍ଯରେ ଏଟିଏମ ମେସିନକୁ ଭଙ୍ଗାରୁଚା କରୁଥିବା ସିସିଟିଭିରେ କଏଦ ହେବାରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପାଇକମାଲ ଶାଖା ମୁଖ୍ଯ ଯୋଗେଶ୍ବର ବେସରା ପାଇକମାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଲିଖିତ ଅଭିଯୋଗ ଓ ସିସିଟିଭି ଭିଡ଼ିଓ ଆଧାରରେ ପୋଲିସ ତଦନ୍ତ କରି ପାଇକମାଲ ଥାନା ଅନ୍ତର୍ଗତ ପାଇକମାଲ ମାହାରପଡାର ପ୍ରମୋଦ ଧାରୁଆ ଓରଫ ଡାକ୍ତର କୁ ଗିରିଶ କରି ଅଭିଯୁକ୍ତ ଠାରୁ ଟାଙ୍ଗିଆ ଓ ଗୋଟିଏ ବ୍ୟାଗ ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ପାଇକମାଲ ଥାନା ଅଧିକାରୀ ସୁଶାନ୍ତ କୁମାର ବଢେଇ ସୂଚନା ଦେଇଛନ୍ତି ।

error: Content is protected !!