ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ସ୍ଥିତ ମଲକେନ ଡ୍ୟାମ ଠାରେ ବ୍ଲକ ସ୍ତରୀୟ ଓଡିଶା ଡ୍ରାଇଭର ମହାସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି l ସଭାପତି ସୁରେଶ ସାଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରଗଡ଼ ଜିଲ୍ଲା ସଭାପତି ନୀଳାମ୍ବର ସା,ସମ୍ପାଦକ ସୁଦାମ ରଥ, ସହ ସମ୍ପାଦକ ବୁଲୁ ବଗର୍ତ୍ତି ଯାଦବ, କୋଷାଧ୍ୟକ୍ଷ ସୁମନ୍ତ ମେଣ୍ଡୋଲି,ଗାଇସିଲେଟ ବ୍ଲକ ଉପସଭାପତି ସତ୍ୟ କୁମାର ମିର୍ଦ୍ଧା,ସମ୍ପାଦକ ମନୋରଞ୍ଜନ ଡୁଡୁକା,ସହ ସମ୍ପାଦକ ଅଭିମନ୍ୟୁ ହାତୀ, କୋଷାଧ୍ୟକ୍ଷ ମଦନ ବରିହା,ଉପଦେଷ୍ଟା ଜଗଦୀଶ ସାହୁ,ପ୍ରଦୀପ କୁମାର ସାହୁ,ପ୍ରମୁଖ ଉପସ୍ଥିତ ରହିଥିଲେ ।

ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ଡ୍ରେସକୋଡ଼ ସହିତ ଆଇକାର୍ଡ ବ୍ୟବହାର କରିବା ଓ ଟ୍ରାଫିକ ନିୟମ ସଠିକ ଭାବରେ ପାଳନ କରିବା, ମଦ୍ୟପାନ କରି ବାହାନ ନଚଲାଇବା ପାଇଁ ସଙ୍ଘ ର ସଭାପତି ଶ୍ରୀ ସା ନିବେଦନ କରିବା ସହିତ ରାଜ୍ୟ ତଥା ଦେଶର ଯେକୌଣସି ଡ୍ରାଇଭର ଭାଇ ରାସ୍ତାରେ କୌଣସି ଅସୁବିଧା ହେଲେ ତୁରନ୍ତ ତାଙ୍କୁ ସହଯୋଗ କରିବା ସହିତ ପ୍ରତି ଗ୍ରାମପଞ୍ଚାୟତ ସ୍ତରରେ ସମସ୍ତ ଡ୍ରାଇଭର ଭାଇ ମାନଙ୍କୁ ସଂଘରେ ସାମିଲ କରି ସଂଘକୁ ମଜବୁତ୍ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।


ଏହି ଅବସରରେ ଡ୍ୟାମ ଠାରେ ବିଭିନ୍ନ ଚାରା ରୋପଣ କରିଥିଲେ । ତେବେ ଏହି ସଂଘ ବିଭିନ୍ନ ସମୟରେ ରକ୍ତଦାନ, ବୃକ୍ଷରୋପଣ, ନାମଯଜ୍ଞ,ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ କରିବା ସହିତ ଅସହାୟ ଡ୍ରାଇଭର ବନ୍ଧୁ ମାନଙ୍କୁ ସହଯୋଗ କରିବା ଭଳି କାର୍ଯ୍ୟ କରିଥିବାରୁ ଜିଲ୍ଲା ସଂଘ ତରଫରୁ ପ୍ରଶଂସା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସୁଦାମ ରଥ ପରିଚାଳନା କରିଥିବା ବେଳେ ପରିଶେଷରେ ସୁମନ୍ତ ମେଣ୍ଡୋଲି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଶିବ ପ୍ରସାଦ ସାହୁ,ବୁଡ଼ାମାଲ ଗ୍ରାମପଞ୍ଚାୟତର ସଭାପତି ପିତାମ୍ବର ମେହେର,ସମ୍ପାଦକ ବିଜୟ କୁମାର ମେହେର,ସହ ସମ୍ପାଦକ ଦିଲ୍ଲୀପ କୁମାର ବେହେରାଙ୍କ ସମେତ ପ୍ରାୟ ଶତାଧିକ ଡ୍ରାଇଭର ଉପସ୍ଥିତ ଥିଲେ ।



