Friday, April 18, 2025
spot_imgspot_imgspot_img
Homeରାଜ୍ୟମରଣ ଯନ୍ତା ପାଲଟିଛି ତମିଆ ଛକରୁ ତମିଆ ରାସ୍ତା ।

ମରଣ ଯନ୍ତା ପାଲଟିଛି ତମିଆ ଛକରୁ ତମିଆ ରାସ୍ତା ।

ପାଟଣାଗଡ଼(ସନ୍ତୋଷ ପଣ୍ଡା)-ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ତମିଆ ଛକ ଠାରୁ ତମିଆ ଗ୍ରାମକୁ ସଂଯୋଗ କରିଥିବା ୯ କିଲୋମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ମାତ୍ର ୬ ମାସ ପୂର୍ବରୁ ଉକ୍ତ ରାସ୍ତା ଆର ଡି ବିଭାଗ ପକ୍ଷରୁ ମରାମତି ହୋଇଥିଲା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଅତି ନିମ୍ନ ମାନର ମରାମତି କାମ ହୋଇଥିବାରୁ ମାତ୍ର ୬ ମାସ ନ ପୁରୁଣୁ ଅଧିକାଂଶ ସ୍ଥାନରୁ ପିଚୁ ଉଠିଯିବା ପରେ ରାସ୍ତାରେ ଦିଆଯାଇଥିବା ମେଟାଲ, ଚିପ୍ସ ଉଠି ରାସ୍ତା ଉପରେ ଗଦା ହୋଇ ରହୁଛି।

ବର୍ତମାନ ଉକ୍ତ ରାସ୍ତାଟି ମରଣ ଜନ୍ତା ପାଲଟି ଯାଇଛି । ଏହି ରାସ୍ତା ଉପରେ ତମିଆ, ଆଇଁଲାତୁଙ୍ଗା,ଘୁମେର, ବରପିଟା, ଦାବକାନି,ବାଘବାହାଲି, ଜାଲପାଲି, ଭଟପାଲି,ଗହିରପାଲି ଭଳି ପ୍ରାୟ ୧୦ ରୁ ୧୫ ଗୋଟି ଗ୍ରାମର ହଜାର ହଜାର ଲୋକ ପ୍ରତିଦିନ ରାସ୍ତା ଉପରେ ନିର୍ଭର କରିଥାନ୍ତି । ତେବେ ବିଭିନ୍ନ ସମୟରେ ରାସ୍ତା ଉପରେ ମୋଟର ସାଇକେଲ, ସାଇକେଲ ଆଦି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟୁଛି ।

ଏ ବିଷୟରେ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଉ ନ ଥିବାରୁ ରାସ୍ତା ଉପରେ ନିର୍ଭରଶୀଳ ଜନ ସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ରାସ୍ତାକୁ ମରାମତି କରିବାକୁ ଦାବି କରୁଛନ୍ତି ଅଞ୍ଚଳ ବାସୀ । ତେବେ ଏ ସମ୍ପର୍କରେ ଆର ଡି ବିଭାଗର କୌଣସି ପ୍ରତିକ୍ରିୟା ମିଳିନାହିଁ ।

error: Content is protected !!