Saturday, March 7, 2026
Homeରାଜ୍ୟମନ୍ଥର ଧାନ ଉଠାଣ ନେଇ ଉଦବେଗ:ନିର୍ଭର ପ୍ରତିଶ୍ରୁତି ପରେ ଚାଷୀ ସଂଗଠନ ଶାନ୍ତ ।

ମନ୍ଥର ଧାନ ଉଠାଣ ନେଇ ଉଦବେଗ:ନିର୍ଭର ପ୍ରତିଶ୍ରୁତି ପରେ ଚାଷୀ ସଂଗଠନ ଶାନ୍ତ ।

ଅତାବିରା – ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଥମିବାର ନାଁ ନେଉନାହିଁ। ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକ ମାସ ସାତ ଦିନ ଦିନ ବିତି ଗଲାଣି , କିନ୍ତୁ ଆରମ୍ଭରୁ ଦେଖାଯାଇଥିବା ସମସ୍ୟା ସମାଧାନ ହୋଇ ପାରିନାହିଁ। ଟୋକନ କଟକଣା କିଛି ମାତ୍ରାରେ କୋହଳ ହୋଇଥିବା ବେଳେ ଗନିବ୍ୟାଗ୍‌ (ବସ୍ତା), କଟନୀଛଟନୀ, ଧାନ ଉଠାଣ ପାଇଁ ମିଲର୍ସ ଗାଡି ପଠାଉନଥିବା, କ୍ଷୁଦ୍ର ଚାଷୀ ୟାର୍ଡ଼କୁ ଆଣିଥିବା ଧାନ ପଡି ରହିବା, ଧାନ ଉଠାଣ ଧର୍ଯ୍ୟ (ଟାର୍ଗେଟ ) କମ୍ ଆସିବା ଆଦି ଅନେକ ସମସ୍ୟା ଲାଗି ରହିଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିଥିବାବେଳେ ଏକ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିଛି।

ଏହି କ୍ରମରେ ଆଜି ଗୁରୁବାର ଅତାବିରା ଆରଏମସି ସ୍ଥିତ ୟାର୍ଡ଼ ରେ ଓଡିଶା ରାଜ୍ୟ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ୱରେ ଏହାକୁ ବିରୋଧ କରାଯାଇଥିଲା l ଖବର ପାଇ ବରଗଡ଼ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ, ଅତିରିକ୍ତ ଯୋଗାଣ ଅଧିକାରୀ ବ୍ୟାମୋକେଶ ମାଝୀ, ଅତିରିକ୍ତ ସମବାୟ ନିବନ୍ଧକ ଯୁଗଳ ଦାଶ, ଅତାବିରା ୟାର୍ଡ଼ ଇନଚାର୍ଜ ଲିଙ୍ଗରାଜ ସୁନା ପ୍ରମୁଖ ଅତାବିରା ୟାର୍ଡ଼କୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ l

ଧାନ ଉଠାଣ ଉପରେ ନିର୍ଭର ପ୍ରତିଶୃତି ମିଳିବା ପରେ ଚାଷୀମାନେ ଶାନ୍ତ ହୋଇଥିଲେ l ତେବେ ଆସନ୍ତା ଜାନୁୟାରୀ ୧୫ ତାରିଖ ମଧ୍ୟରେ ମାର୍କେଟ ୟାର୍ଡ଼ ଗୁଡ଼ିକରୁ ସବୁ ଧାନ ନ ଉଠିଲେ ରାଜରାସ୍ତାକୁ ଓଲ୍ଲାଇ ବଡ଼ ଧରଣର ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସଭାପତି ବୀରେନ୍ଦ୍ର କର ଚେତାବନୀ ଦେଇଛନ୍ତି l

error: Content is protected !!