ବରଗଡ – ଓଡ଼ିଶାର ୧୪ଟି ଜିଲ୍ଲାର ୧୧୯ ବ୍ଲକ ରେ ୬୮ ପ୍ରକାର ଲଘୁ ବନଜାତ ଦ୍ରବ୍ୟ ମିଳିଥାଏ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅଞ୍ଚଳ ବାସୀ ସଂଗ୍ରହ କରି ଜୀବନ ଜୀବିକା ନିର୍ବାହ କରିଥାନ୍ତି । ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କାରୀଙ୍କ ପାଇଁ ଯେତେ ଲାଭଦାୟକ ନୁହେଁ ସେତେ ମଧ୍ୟସ୍ଥି ମାନଙ୍କ ସୁବର୍ଣ୍ଣ ସୁଯୋଗ ହୋଇଥାଏ। ପଶ୍ଚିମ ଓଡିଶା ଲୋକେ ବାରମ୍ବାର ଏହି ଅର୍ଥ କାରୀ ଫସଲର ମୂଲ୍ୟ ବଜାର ବ୍ୟବସ୍ଥା ଦାବୀ କରି ଆସୁଥିଲେ ସୁଦ୍ଧା ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ନାଁ ସର୍ବନିମ୍ନ ମୂଲ୍ୟ ଠିକ ହୋଇଛି ନାଁ ବଜାର ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଲକ୍ଷ ଲକ୍ଷ ସଂଗ୍ରହ କାରି ଶୋଷଣର ଶିକାର ହେଉଛନ୍ତି। ଚଳିତ ବର୍ଷ ଓଡିଶା ସରକାର ଲାଭ ଯୋଜନା ଘୋଷଣା କରିଥିଲେ ଯାହା ଅଞ୍ଚବାସୀଙ୍କ ଅନେକ ଦିନର ଦାବୀ ପୂରଣ ହେବ ବୋଲି ବିଶ୍ୱାସ କରାଯାଉଥିଲା। ଲଘୁ ବନଜାତ ଦ୍ରବ୍ୟ କ୍ରୟ ଯୋଜନା ଯେଉଁ ଥିରେ ସରକାର କହିଥିଲେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କାରୀ ହରିଜନ ଆଦିବାସୀ, ବନବାସୀ,ଗରିବ ଶ୍ରମିକ ମାନେ ଲାଭନ୍ମିତ ହେବେ। ସେଥିପାଇଁ ଦ୍ରବ୍ୟର ମୂଲ୍ୟ ଏବଂ ବଜାର ବ୍ୟବସ୍ଥା ସୁନିଶ୍ଚିତ କରାଯିବ ସଂଗ୍ରହ କାରୀ ଏଣୁଏଣିକି ଶୋଷଣର ଶିକାର ହେବେ ନାହିଁ ବଜେଟରେ ପରିଚାଳନା ପାଇଁ ୧୦୦ କୋଟି ଟଙ୍କା କର୍ପସ ଫଣ୍ଡ କରାଗଲା ହେଲେ କାର୍ଯ୍ୟକାରୀ ଶୂନ। ବିଶେଷ କରି ବରଗଡ଼ ଜିଲ୍ଲାରେ ମହୁଲଫୁଲ ସଂଗ୍ରହ କାରୀ ମାନେ ଶୋଷଣର ଶିକାର ହେଉଛନ୍ତି। ପ୍ରଥମତଃ ଚଳିତ ବର୍ଷ ମେଘୁଆ ପାଗ କାରଣରୁ ଯେତେ ପରିମାଣ ରେ ମହୁଲ ପଡ଼ିବାର କଥା ପଡ଼ିନାହିଁ। ଅନ୍ୟ ବର୍ଷ ମାନଙ୍କ ରେ ଯାହାର ପାଞ୍ଚ କ୍ୟୁଣ୍ଟାଲ ମହୁଲ ସଂଗ୍ରହ ହେଉଥିଲା ଏବର୍ଷ ମାତ୍ର ଏକ କ୍ୟୁଣ୍ଟାଲ ହୋଇଅଛି। ଅର୍ଥ ଦିନ ସାରା ମହୁଲ ଗୋଟାଇଲେ ଯାଏଁ ଚାରି ରୁ ପାଞ୍ଚ କେଜି ସଂଗ୍ରହ କରାଯାଇ ପାରୁଛି ।

ଅପର ପକ୍ଷେ ସରକାରୀ ମୂଲ୍ୟ ବା ବଜାର ବ୍ୟବସ୍ଥା ନ ଥିବା କାରଣ ରୁ ଅମ୍ବାଭାନରେ କିଲୋ ପ୍ରତି ଖରାଫ ମହୁଲ ୧୦ ଟଙ୍କା ଏବଂ ଭଲ ମହୁଲ ୨୫ ଟଙ୍କା, ଭଟଲି ରେ ୩୦ ଟଙ୍କା, ପଦ୍ମପୁର ରେ ୪୦ ଟଙ୍କା, ଝାରବନ୍ଧରେ ୩୫ ଟଙ୍କା ଥିବା ବେଳେ ପାଇକମାଲ ଏବଂ ଗାଇସିଲଟ ରେ ୩୦ ରୁ ୩୫ ଟଙ୍କା ମୂଲ୍ୟରେ ମଧ୍ୟସ୍ଥି ମାନେ କିଣୁଛନ୍ତି। ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ସେ କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ ଛତା, ଜୋତା, ବୀମା, ବୋନସ ସହିତ ନିଶ୍ଚିତ ମୂଲ୍ୟ ସରକାର ଧର୍ଯ୍ୟ କରୁଥିବା ବେଳେ କୋଟି କୋଟି ଟଙ୍କା ଅବକାରୀ ବିଭାଗ ମହୁଲ ଫୁଲରୁ ଦେଶୀ ମଦରେ ପାଇଥିବା ବେଳେ କାହିଁକି ସଂଗ୍ରହ କାରୀଙ୍କ ପ୍ରତି ବ୍ୟାମାତୃକ ମନଭାବ ପୋଷଣ କରୁଛନ୍ତି । ସରକାର ମାନଙ୍କ ଉଦାସୀନତା, ପ୍ରଶାସନ ନୀରବତା, ମୂଲ୍ୟ ବିହୀନ ମଧ୍ୟସ୍ଥି ମାନଙ୍କ କିଣାବିକା କାରଣ ରୁ ସଂଗ୍ରହ କାରୀ କୋଟି କୋଟି ଟଙ୍କା ର ଶୋଷଣ ହେଉଛନ୍ତି ଏବଂ ସେହି ଶୋଷଣ କାରୀଙ୍କ ଚାନ୍ଦା ଦେଶୀ ମଦ ରେ ଭୋଟ ଲଡି ନାଗରିକ ମାନଙ୍କ ଶାସନ କରୁଛନ୍ତି । ସଂଯୁକ୍ତ କୃଷକ ସଂଗଠନ ତରଫରୁ ଲଘୁବନଜାତ ଦ୍ରବ୍ୟ ସରକାର ସଂଗ୍ରହ, ପରିଚାଳନା ଏବଂ ସଂଗ୍ରହ କାରୀଙ୍କୁ ଶୋଷଣ ମୁକ୍ତ ନୀତି ପ୍ରଚଳନ ପାଇଁ ଦାବୀ କରି ଆସୁଛି। ଏବଂ ୭୫ ବର୍ଷ ମଧ୍ୟ ରେ ଅନେକ ସରକାର ଆସିଛନ୍ତି ଯାଇଛନ୍ତି ହେଲେ କାହିଁକି ଏ ବନବାସୀ, ଆଦିବାସୀ, ହରିଜନ ଗରିବ ଲୋକଙ୍କ ପାଇଁ ଉଚିତ ମହୁଲ ର ଅବକାରୀ ନୀତି ଟିଏ ହୋଇ ପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏବଂ ଗାଁ ଗାଁ ରେ ରାଜନୈତିକ ଦଳ ମାନଙ୍କୁ ଏଦିଗରେ ମତ ସ୍ପଷ୍ଟ କରିବା ପାଇଁ ସର୍ବସାଧାରଣ ପ୍ରଶ୍ନ କରିବା କୁ ଆହ୍ବାନ କରିଛନ୍ତି।
