ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମର ମହିଳା, ସ୍ୱୟଂ ସହାୟିକା ଗୋଷ୍ଠୀ ସମେତ ଶତାଧିକ ଗ୍ରାମବାସୀ ଉପଜିଲ୍ଲାପାଳ ପଦ୍ମପୁର ଙ୍କୁ ଭେଟି ଢୋଲ ବନ୍ଧ ଓ ଆଖପାଖ ଅଞ୍ଚଳ ରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବିପତ୍ର ଦେଇଛନ୍ତି l ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ମହିଳା ମାନେ ଗାଁ ରେ ମଦ ବିକ୍ରି ବନ୍ଦ ଡାକରା ଦେଇଛନ୍ତି l ସ୍କୁଲ ଛାତ୍ର ଛାତ୍ରୀ ଓ ମହିଳା ଙ୍କ ସୁରକ୍ଷା ଦୃଷ୍ଟି ରୁ ତୁରନ୍ତ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଉପଜିଲ୍ଲାପାଳ ପଦ୍ମପୁରଙ୍କୁ ନିବେଦନ କରିଛନ୍ତି l



