Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିମଙ୍ଗଳବାର ସାଂସ୍କୃତିକ ଶୋଭାଯାତ୍ରା:ବୁଧବାର ଦିନରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଳୁକିବ ପଦ୍ମପୁର।

ମଙ୍ଗଳବାର ସାଂସ୍କୃତିକ ଶୋଭାଯାତ୍ରା:ବୁଧବାର ଦିନରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଳୁକିବ ପଦ୍ମପୁର।

ପଦ୍ମପୁର – ପଦ୍ମପୁର ଉପଖଣ୍ଡ ସ୍ଥାନୀୟ ଟାଉନ କ୍ଳବ ତରଫରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳା ଓ ସଂସ୍କୃତି ର ମହାମିଳନର ମଞ୍ଚ ଅନୁଷ୍ଠିତ ହେବାକୁ ଯାଉଅଛି। ତେବେ କମିଟି ତରଫରୁ ଆୟୋଜିତ ହେଉଥିବା ପଦ୍ମପୁର ଲୋକ ମହୋତ୍ସବର ବିଭିନ୍ନ ପର୍ଯ୍ୟାୟ ଥିବା ବେଳେ ଆସନ୍ତା ତା.୧୦.୧୨.୨୦୨୫ ରିଖ ରୁ ଆନୁଷ୍ଠାନିକ ଭାବରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହେବ, ତେବେ ଏହା ପୂର୍ବରୁ ପ୍ରତିବର୍ଷ ଭଳି ତା. ୦୯.୧୨.୨୦୨୫ରିଖ ଦିନ କମିଟି ପକ୍ଷରୁ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହେବାକୁ ଯାଉଅଛି। ଏ ନେଇ ସୋମବାର ଆୟୋଜକ କମିଟି ତରଫରୁ ସ୍ଥାନୀୟ ଅଶୋକ ପଡିଆ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଥିଲା।

ତେବେ ସାଂସ୍କୃତିକ ଶୋଭାଯାତ୍ରା ରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୨୨ ଗୋଟି ଦଳ ଏବଂ ଝାଙ୍କି ଅଂଶଗ୍ରହଣ କରୁଥିବା ବେଳେ ମଞ୍ଚ ରେ ହେବାକୁ ଥିବା ସାଂସ୍କୃତିକ ସନ୍ଧ୍ୟାର ପର୍ବରେ ରାଜ୍ୟ ବାହାରୁ ତିନୋଟି ଦଳ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରୁ ପ୍ରାୟ ଏଗାର ଗୋଟି ଏବଂ ଆମ ଅଞ୍ଚଳର କଳା ସଂସ୍କୃତିକୁ ଦର୍ଶାଉ ଥିବା ପ୍ରାୟ ପାଞ୍ଚଟି ଦଳ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ କମିଟି ତରଫରୁ ସମ୍ବଲପୁରୀ ବାନ୍ଧ କଳା ର ପ୍ରଚାର ପ୍ରସାର ଏବଂ ଚଲଣିକୁ ନେଇ ଏକ ଫ୍ୟାସନ ଶୋ ସମ୍ବଲପୁରୀ ପିନ୍ଧନ ଉଢନର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ତେବେ ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅଞ୍ଚଳ ବାସି ଙ୍କୁ ନିଜର ଯୋଗଦାନ ସହ ଆୟୋଜନକୁ ସଫଳ କରିବା ପାଇଁ କମିଟି ତରଫରୁ ସଭାପତି ପ୍ରିତେଶ କୁମାର ବହିଦାର ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଥିଲେ। ତେବେ ଏହି ସମ୍ମିଳନୀରେ ଲୋକ ମହୋତ୍ସବର ଆବାହକ ଅଶୋକ କୁମାର ମିଶ୍ର, ଉପସଭାପତି ନରେଶ ସୁନ୍ଦର ସାହୁ, ସରୋଜ ମିଶ୍ର, ବିକାଶ କୁମାର ବହିଦାର, ନରୋତ୍ତମ ପଧାନ, ନିରୋଜ ସିନ୍ହା, ଅମିତ ଗର୍ଗ, ଶୁଭମ ପଟ୍ଟନାୟକ, ଦିନେଶ ବାରିକ, ଆଇନଜୀବୀ ସୋମେଶ ଚନ୍ଦ୍ର ମହାନ୍ତି, ସୁରଜ ସୁନା, ଅନିଲ ଗୁର୍ଲ୍ଲା ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।

error: Content is protected !!