ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ ଜିଲ୍ଲା ରେମଣ୍ଡା ପଂଚାୟତର ବାବା ଅମର ଦାଶ ମଠ ଠାରେ ପ୍ରତି ବର୍ଷ ଭଳି ଚଳିତ ଏବର୍ଷ ମଧ୍ୟ ୧୧ ଓ ୧୨ ତାରିଖ ଦିନ ମାଘ ଚତୁର୍ଦଶୀ ଓ ପୂର୍ଣ୍ଣମୀ ଦୁଇଦିନ ଧରି ମହା ସମାରୋହ ରେ ଅଗ୍ନି ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ପୂଜକ ଭାବରେ ଚିତ୍ତ ରଞ୍ଜନ ଭୋଇ, ଗୋପାଳ ଚନ୍ଦ୍ର ଭୋଇ, ନୀଳାଚଂଳ ଭୋଇ, ମନୋରଞ୍ଜନ ଭୋଇ, ସୁନୀଲ କୁମାର ଭୋଇ, ଶିବ ପ୍ରସାଦ ଭୋଇ, ସୁବାଷ ଚନ୍ଦ୍ର ଭୋଇ ଓ କାର୍ଯ୍ୟଦକ୍ଷ ଭୋଇ ସୁଚାରୁ ରୂପେ ପୂଜା କାର୍ଯ୍ୟ ତୁଲାଇଥିଲେ।
![](https://jagrataprahari.com/wp-content/uploads/2025/01/IMG-20250129-WA0015-1024x586.jpg)
ଏହି ଅଗ୍ନି ଉତ୍ସବ ରେ ପୂଜାର୍ଚ୍ଚନା କରିଥିଲେ, ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଆସିଛି, ତେଣୁକରି ବାବା ଅମର ଦାଶ କଂ ଅଗ୍ନି ଉତ୍ସବ କୁ ବହୁ ଦୂରଦୂରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସି ପୂଜାର୍ଚ୍ଚନା କରି ବାବାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା, ୧୧ ତାରିଖ ହାର୍ଲିପାଲି ର ଉଦଣ୍ଡ ସଂକୀର୍ତ୍ତନ ପରିବେଷଣ ହୋଇଥିଲା। ୧୨ ତାରିଖ ଦିନ ଲୁରୁପାଲି ର ଭାନୁମତୀ ସେଠ କଂମହିଳା ସଂକ୍ରିତନ ଅନୁଷ୍ଠିତ ହୋଇଥିଲା।
![](https://jagrataprahari.com/wp-content/uploads/2024/11/IMG-20241105-WA0259-1024x512.jpg)
ପ୍ରଥମେ ବାଗଦେବୀ ସରସ୍ଵତୀ କଂ ପ୍ରତିଛବି ପୁଷ୍ପମାଲ୍ଯ ଅର୍ପଣ ଓ ପୂଜାର୍ଚ୍ଚନା କରିବା ପରେ ଏ ଛୋଟ ଛୋଟ ବାଳକ, ବାଳିକା ମାନଙ୍କ ନୃତ୍ୟକଳା ର ପ୍ରତିଯୋଗିତା ହୋଇ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଶେଷ ଆକର୍ଷଣ ସ୍ୱନାମଧନ୍ୟ କବି ମାନଙ୍କର ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବିପ୍ଲବୀ କବି ନୀତିଶ ଆଚାର୍ଯ୍ୟ, ହାସ୍ୟ କବି ଦେବେନ୍ଦ୍ର ସାହୁ, ଚେତନା କବି ଅଜିତ କୁମାର ପାଣିଗ୍ରାହୀ ଓ ହାସ୍ୟ ତଡକା ଶିଶିର କୁମାର ପୁରୋହିତ ଯୋଗଦାନ କରି ଉପସ୍ଥିତ ଜନସାଧାରଣଙ୍କ ଖୁସିର ଲହରୀ ଦେଖିବାକୁ ମିଳିଥିଲା।
![](https://jagrataprahari.com/wp-content/uploads/2025/01/IMG-20250122-WA0003-1024x328.jpg)
ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶିଶିର କୁମାର ଭୋଇ ସମେତ ଗ୍ରାମର ଯୁବ ଗୋଷ୍ଠୀ ପରିଚାଳନା କରିଥିଲେ ।ଏହି ଅଗ୍ନି ଉତ୍ସବ ସମଗ୍ର କାର୍ଯ୍ୟକ୍ରମ କୁ ଭୋଇପାଲି ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
![](https://jagrataprahari.com/wp-content/uploads/2025/01/cover-1024x576.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)