Saturday, March 7, 2026
Homeରାଜ୍ୟଭେଡେନ ଆଞ୍ଚଳିକ କିଷାନ କଲେଜ ୪୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଭେଡେନ ଆଞ୍ଚଳିକ କିଷାନ କଲେଜ ୪୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଭେଡେନ(ଭବାନୀ ଶଙ୍କର ପାଢୀ)-ବରଗଡ ଜିଲ୍ଲା ଭେଡେନ ବ୍ଲକ ଆଞ୍ଚଳିକ କିଷାନ କଲେଜ ଭେଡେନର ୪୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ସାହୁ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ଭାବରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ମୁଖ୍ୟବକ୍ତା ଭାବେ ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଇଂରାଜୀ ବିଭାଗ ଅଧ୍ୟାପକ ସୂର୍ଯ୍ୟକାନ୍ତ ସାହୁ। ପ୍ରଥମେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା କରିଥିଲେ। ପ୍ରାରମ୍ଭ ରେ କଲେଜ କର୍ମଚାରୀ ସୂର୍ଯ୍ୟ କୁମାର ଦେହେରୀ କଂ ରଚିତ ସ୍ଵାଗତ ସଂଗୀତ ଛାତ୍ରୀ ମାନଙ୍କ ଦ୍ବାରା ଗାନ କରାଯାଇଥିଲା।

ମୁଖ୍ୟଅତିଥି ମଲ୍ଟି ପରପସ ହଲ ନିର୍ମାଣ ସକାଶେ ଅନୁଦାନ ଘୋଷଣା କରିଥିଲେ। ଛାତ୍ର ସଂସଦ ଉପଦେଷ୍ଟା ୨୦୨୪/୨୫ ର ବାର୍ଷିକ ବିବରଣୀ ପାଠ କରିଥିଲେ।ପୁରସ୍କାର ବିତରଣ ଉତ୍ସବରେ ଅଧ୍ୟାପକ ପ୍ରଜ୍ବଳ ଶୁଭମ ବ୍ରହ୍ମଚାରୀ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ ସହଯୋଗ କରିଥିଲେ । କଲେଜ ପକ୍ଷରୁ ନାଟ୍ୟୋସବ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ସମୟରେ ସମସ୍ତ ଅଧ୍ୟାପିକା, ଅଧ୍ୟାପକ, ଅତିଥି ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ପରିଶେଷରେ ଅଧ୍ୟାପକ ବ୍ରହ୍ମଚାରୀ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!