Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଭେଙ୍ଗରାଜପୁର ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ।

ଭେଙ୍ଗରାଜପୁର ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ।

ପାଇକମାଲ-ନୂଆଁଖାଇ ପର୍ବ ସମାପନ ପରେ ମଧ୍ୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଥାଏ।ଏ ଅବସରରେ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟଘାଟ ମହୋତ୍ସବ ଲେରଗାଁ ଠାରେ ଅନୁଷ୍ଠିତ ହୋଇଛି।

ଅବସର ପ୍ରାପ୍ତ ପୋଲିସ ଅଧିକାରୀ ତଥା ଭେଙ୍ଗରାଜପୁର ସରପଞ୍ଚ ସୁଦାମ ଚରଣ ସେଠୀଙ୍କ ଆହ୍ବାନକ୍ରମେ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂ ବରିହା ଓ ସମ୍ମାନିତ ଅତିଥି ଭାବରେ ସରପଞ୍ଚ ଦିଲ୍ଲୀପ ବେହେରା ଓ ଅନିତା ଭୋଇ ଯୋଗଦେଇ ନୂଆଁଖାଇ ଭାଇଚାରାର ପର୍ବ ପ୍ରସଙ୍ଗରେ ଆଲୋକପାତ କରିଥିଲେ।

ଏଥିରେ ଡୋଳାମଣି ସାହୁ, ସାକୀର୍ତ୍ତନ ରଣା,ଯୁଧିଷ୍ଠିର ରଣା, ଜଗନ୍ନାଥ ବରିହା,ଉତ୍ତର ମହାନନ୍ଦ,ହରିପ୍ରିୟା ସେଟ,ପଦ୍ମିନୀ ପାଇକ,ଯୋଶବନ୍ତି ହରିପାଳ,ସୁବାସିନୀ ହରିପାଳ, ରା଼ଞ୍ଜୁ ବେହେରା,ଗାନ୍ଧବୀ କୁମ୍ଭାର,ଅଞ୍ଜଳି କାଳରଙ୍ଗିଆ,ଶାନ୍ତି ଲୁହାର ପ୍ରମୁଖ ଉପସ୍ଥିତି ଥିଲେ l

error: Content is protected !!