Monday, March 9, 2026
Homeକଳା ସାହିତ୍ୟ ସଂସ୍କୃତିଭୁବନେଶ୍ୱର ଜୟଦେବ ଭବନ ଠାରେ ସମ୍ମାନିତ ହେଲେ ସେମେଲମୁଣ୍ଡା ଗ୍ରାମର ସଫଳ ଯୁବ ଚାଷୀ...

ଭୁବନେଶ୍ୱର ଜୟଦେବ ଭବନ ଠାରେ ସମ୍ମାନିତ ହେଲେ ସେମେଲମୁଣ୍ଡା ଗ୍ରାମର ସଫଳ ଯୁବ ଚାଷୀ ଯୋଗେଶ୍ୱର ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସେମେଲମୁଣ୍ଡା ଗ୍ରାମ ର ଯୋଗେଶ୍ୱର ପଧାନ (ଭକ୍ତ) ଚାଷ କାମ କରି ନିଜ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି।ପିଲାଟି ବେଳରୁ ଚାଷ କାମ ପ୍ରତି ଆଗ୍ରହ ରଖିଥିବା ଯୋଗେଶ୍ୱର କଲେଜରେ ପାଠ ପଢୁଥିବା ସମୟରେ ନିଜ ଚାଷ ଜମିରେ ପନିପରିବା ଚାଷ କରିବା ଆରମ୍ଭ କରିଥିଲେ । କିନ୍ତୁ ଚାଷ ପାଇଁ ତାଙ୍କର ସେତିକି ଜ୍ଞାନ ନ ଥିଲା । କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବ ରେ ଯୋଗଦେଇ ବିଭିନ୍ନ ପ୍ରକାର ଜ୍ଞାନ କୋଶଳ ଜାଣିବା ପରେ ଜୈବିକ ପଦ୍ଧତିରେ ସ୍ୱଳ୍ପ ଜମିରେ ନାବାର୍ଡ ସହାୟତାରେ ଆରମ୍ଭ କରିଥିଲେ ପନିପରିବା ଚାଷ ।

ଆଉ ପ୍ରଥମ ଥର ପାଇଁ ଚାଷ ଜମିରୁ ଲାଭ ପାଇଥିଲେ କିଛି ମୋଟା ଅଙ୍କ । ସେବେ ଠାରୁ ସେ ଆରମ୍ଭ କରିଥିଲେ ନିଜ ଉଦ୍ୟମରେ ଏକର ଏକର ପନିପରିବା ଚାଷ ବାଇଗଣ, ଟମାଟୋ, କୋବି, ଲଙ୍କା, ତରଭୁଜ, ଗେଣ୍ଡୁ ଫୁଲ, ମାଣ୍ଡିଆ,ଛତୁ ଏମିତି ଅନେକ ପ୍ରକାର ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବନିଜେ ସ୍ୱାବଲମ୍ବୀ ହେବା ସହ ଗ୍ରାମର ୧୫ ପରିବାର କୁ ଦେଉଛନ୍ତି ରୋଜଗାର ।

ତେବେ ତାଙ୍କର ଏହି ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରଚାର ପ୍ରସାର ହେବା ପରେ ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ସମାଜ ବିକାଶ ପରିଷଦ ଟ୍ରଷ୍ଟ ର ଦ୍ଵିତୀୟ ବାର୍ଷିକ ଉତ୍ସବରେ ଯୋଗେଶ୍ୱର ପଧାନ (ଭକ୍ତ)ଙ୍କୁ ସମ୍ମାନିତ କରାଯାଇଛି ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରାୟ ୨୦୦ ରୁ ଉର୍ଦ୍ଧ ଲୋକଙ୍କୁ ସମ୍ମାନିତ କରାଯାଇଛି । ତେବେ ଯୋଗେଶ୍ୱର ଜଣେ ଚାଷୀ ମୁଳିଆକୁ ଚିହ୍ନଟ କରି ରାଜଧାନୀରେ ଏଭଳି ସମ୍ମାନିତ କରିବା ପାଇଁ ଏହା ଆଗକୁ ଆହୁରି ପ୍ରେରଣା ଦେବା ସହ ଟ୍ରଷ୍ଟ ର ପ୍ରତିଷ୍ଠାତା ମୁକେଶ ରାମଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

error: Content is protected !!