ପଦ୍ମପୁର- ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ସୁଲିଆ ନିକଟରେ ଏକ ଯାତ୍ରୀବାହି ବସ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ । ମିଲିଥିବା ସୂଚନା ଅନୁସାରେ ଛତିଶଗଡ ବରୋଦା ଅଂଚଳର ୫୦ରୁ ଅଧିକ ଯାତ୍ରୀ ଏକ ବସରେ ପାଂଚ ଦିନର ଯାତ୍ରା ସାରି ପୁରୀରୁ ଫେରୁଥିଲେ ଏବଂ ଆଜି ସେମାନେ ପାଇକମାଲ ନିକଟସ୍ଥ ନୃସିଂହନାଥ ଧାମରେ ଦର୍ଶନ କରିବାର କାର୍ଯ୍ୟକରମ ରହିଥିଲା । ପ୍ରାତଃ ପ୍ରାୟ ୪ଟାରୁ ୪.୩୦ ମିନିଟ ସମୟରେ ବୁଡେନ ଥାନା ସୁଲିଆ ନିକଟରେ ବସ ଭାରସମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୧୫ରୁ ଅଧିକା ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକମାନେ ପୋଲିସ ଏବଂ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ବୁଡେନ ପୋଲିସ ଏବଂ ପଦ୍ମପୁର ଅଗ୍ନିଶମ ବାହିନୀ ଆହତ ମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ । ଆହତ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା କାର୍ଯ୍ୟରତ ଡାକ୍ତର ଆଶିର୍ବାଦ ପଟ୍ଟନାୟକ ସୂଚନା ଦେଇଛନ୍ତି । ଦୀର୍ଘ ପାଂଚ ଦିନର ଯାତ୍ରା କରି ଫେରୁଥିବା ବସ ଗୋଟିଏ ଡ୍ରାଇଭର ଚଲାଉଥିବା କାରଣରୁ ସେ ହାଲିଆ ହୋଇ୍ଯାଇଥିବା ଏବଂ ଆଖି ଲାଗିଯାଇଥିବା ଯୋଗୁଁ ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଇଉଛି ।