Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସିସିଆରଟିରୁ ଅଦିତିଙ୍କୁ ଜାତୀୟ ବୃତ୍ତି ପାଇଁ ମନୋନୀତ ।

ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସିସିଆରଟିରୁ ଅଦିତିଙ୍କୁ ଜାତୀୟ ବୃତ୍ତି ପାଇଁ ମନୋନୀତ ।

ବରଗଡ଼-ନୃତ୍ୟାଞ୍ଜଳୀ ନୂଆଦିଲ୍ଲୀର ଛାତ୍ରୀ ଏବଂ ଗୁରୁ ଶ୍ରୀ ସମାରୁ ମେହେରଙ୍କ ଝିଅ ଶିଷ୍ୟା ଅଦିତି ମେହେରଙ୍କୁ ସମ୍ବଲପୁରୀ ଲୋକନୃତ୍ୟରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସାଂସ୍କୃତିକ ସମ୍ବଳ ଏବଂ ତାଲିମ କେନ୍ଦ୍ର (ସି.ସି.ଆର୍.ଟି.) ଦ୍ୱାରା ସାଂସ୍କୃତିକ ପ୍ରତିଭା ସନ୍ଧାନ ବୃତ୍ତି ୨୦୨୪-୨୫ ପାଇଁ ମନୋନୀତ କରାଯାଇଛି।

ଅଦିତି ମେହେର କେ.ଭି. ଜେଏନୟୁ, ନୂଆଦିଲ୍ଲୀର ଜଣେ ଛାତ୍ରୀ। ସେ ତାଙ୍କ ପିତା ଏବଂ ଗୁରୁ ଶ୍ରୀ ସମାରୁ ମେହେରଙ୍କ ଠାରୁ ନୂଆଦିଲ୍ଲୀର ନୃତ୍ୟାଞ୍ଜଳୀ ନୃତ୍ୟ ପ୍ରତିଷ୍ଠାନରେ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ଏବଂ ସମ୍ବଲପୁରୀ ଲୋକନୃତ୍ୟ ଶିଖୁଛନ୍ତି।

ସେ ଉଭୟ ନୃତ୍ୟରେ ଜଣେ ଭଲ ଏବଂ ମହାନ କଳାକାର। ଭାରତ ସରକାରଙ୍କ ସ.ସି.ଆର୍.ଟି. ରୁ ଏହି ବୃତ୍ତି ପୁରସ୍କାର ଭବିଷ୍ୟତରେ ଏହି ପଥରେ ଏକ ଭଲ କ୍ୟାରିଅର ଗଢ଼ିବା ପାଇଁ ତାଙ୍କୁ ସହାୟକ ହେବ। ତେବେ ଅନେକ ବୁଦ୍ଧିଯିବୀ ଏବଂ କଳକାର ମହଳରେ ଅଦିତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

error: Content is protected !!