ନୂଆପଡା-ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୂଆପଡ଼ାର ସୁସାହିତ୍ୟିକା ଶ୍ରୀମତୀ ଭାରତୀ ହୋତାଙ୍କୁ ଆନ୍ତର୍ଜାତିକ ଶିକ୍ଷାନୁଷ୍ଠାନ ଆମେରିକାନ୍ ମେରିଟ୍ କାଉନସିଲ୍, ଆମେରିକା ତରଫରୁ ଗତ ଡିସେମ୍ବର ୩୧ ତାରିଖରେ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ପୁରୀ ଟାଉନ ହଲଠାରେ ୱାଲର୍ଡ ଚେରିଟି ୱେଲଫେୟାର ଫାଉଣ୍ଡେସନ, ଦିଲ୍ଲୀ ତରଫରୁ ଏହି ଉପାଧି ପ୍ରଦାନ କରାଯାଇଛି ।
ଶ୍ରୀମତୀ ହୋତା ଚଲନା ଗ୍ରାମର ସ୍ବର୍ଗତ ରୁଦ୍ରମାଧବ ଠାକୁର ଓ କ୍ଷୀରବ୍ଧି ଠାକୁରଙ୍କ କନ୍ୟା ଅଟନ୍ତି । ଖରିଆରରୋଡ଼ ନିବାସୀ ଶ୍ରୀଯୁକ୍ତ ସନ୍ତୋଷ ହୋତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଭାରତୀ ହୋତା ବର୍ତ୍ତମାନ ନୂଆପଡ଼ା ଜିଲ୍ଲାର ଚାଲମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।