ଝାରବନ୍ଧ – ଝାରବନ୍ଧ ବ୍ଲକ ଜଗଦଳପୁର ସ୍ଥିତ ଜ୍ଞାନ ଭାରତୀ ଗୁରୁକୁଳର ବାର୍ଷିକ ଉତ୍ସବ ଆକର୍ଷିକା ହେମସାଗର ପଟେଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ଜଗଦଳପୁର ସରପଞ୍ଚ ଗୋବର୍ଦ୍ଧନ ନାଏକ ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ସେନା କର୍ମଚାରୀ ଲଳିତ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ l ଗୁରୁକୁଳ ର ପ୍ରଧାନ ଶିକ୍ଷକ ସାଧୁ ଚରଣ ବରିହା ଅତିଥି ପରିଚୟ କରିଥିବାବେଳେ ଜ୍ଞାନ ଭାରତୀ ଚାରିଟେବୁଲ ଟ୍ରଷ୍ଟ ର ସମ୍ପାଦକ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ବାର୍ଷିକ ବିବରଣୀ ପଠନ କରିଥିଲେ l

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାହୋଇଥିଲା l ଅଧ୍ୟାପକ ମନୋହର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଭାରତୀ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ଗୁରୁକୁଳ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, କାର୍ଯ୍ୟକ୍ରମ କୁ ରଶ୍ମିତା ଦାଶ, ଯଂଜ୍ଞସେନୀ ବେରିହା, ଗୌରବ ପଟେଲ, ଅଞ୍ଜଳୀ ନାୟକ ମନୀଷା ଭୋଇ, ଜ୍ୟୋତି, ସୁନୀଲ,କୃଷ୍ଣ ସହଯୋଗ କରିଥିଲେ l

