Saturday, March 7, 2026
Homeସମ୍ପାଦକୀୟଭାବର୍ ତିହାର୍ ନୂଆଁଖାଇ.......

ଭାବର୍ ତିହାର୍ ନୂଆଁଖାଇ…….

ଦେଖ ନୂଆଁଖାଈ ଆଏଲାନ
ଘର୍ ଦୁଆର୍ ଲିପି ବସ୍‌ଲେନ |
ଘରେ ଲିପ୍‌ଲେ ନୂଆଁ ମାଏଟ୍
ଲୋକ୍ ବାକ୍ ଆସି ଘରେଭେଁଟ୍।।

କାଁଥି ଲିପ୍‌ଲେ ନୂଆଁ ଚୂନ୍
ଚମ୍‌କି ଉଠ୍‌ଲା ଘରର୍ ଗୁନ୍ |
ଯେ ଯାହିଁ ରହୁଥିଲେ
ଘରର୍ ଲୋକ୍ ଘର୍ କେ ଫିର୍‌ଲେ।।

ରାଗ୍ ରୁଷା ଗଲେ ଭୂଲି
ନୂଆଁ ଚରା ଖାଏମା ବଲି
ଗୁଡ଼ି କେ ଗୁଡ଼ି ଅଢ଼ିଆ ଗଲା
ନୂଆଁଖାଈ ର୍ ମାନ୍ ବଢ଼ଲା।।

ଝାଁକର୍ ଦଦା ଆସି ସବୁଘରେ
ଦେଲାନ ନୂଆଁ ଧାନ୍
ସାଗୁଆ ସୁନ୍ଦର୍ କୁରେ ପତ୍‌ରେ
ବଢ଼୍‌ଲା ତାର୍ ମାନ୍ ||

ପିନ୍ଧିକରି ନୂଆଁ କପଡ଼ା ଲତା
କେତେ ଉଷତ୍ ସଭେଁ,
ଖାଏଲେ ଦେଖ ନୂଆଁଚରା କେ
କେତ୍‌ନି ଆଦର୍ ଭାବେଁ ||

କୁରେ ପତର୍ ହେଇଛେ ବତର୍
କେତେ ସୁନ୍ଦର୍ ଦନା ଖଲି,
ବସିଛନ୍ ସଭେ କୁଟୁମ୍ ଜାକର୍
ଠାନେ କେ ଖାଏମା ବଲି ||

ଖାଈ ସାରିକରି ବଡ୍ କେ ଜୁହାର୍
ପରା ପାଟ୍‌କେ ଭେଟ୍
ସାଙ୍ଗ୍ ସରସାର୍ ଭିଲେ ଖେଳ୍ କୁଦ୍
ଛୁଆ ମାନେ ହେଇ ମେଟ୍ ||

ନୂଆଁଖାଈ ଆମର୍ ଭାବର୍ ତିହାର୍
ଭାବେ ବାନ୍ଧୁ ବାର୍ ବାର୍,
ବଡ଼୍‌ ବଡ଼୍‌ଖା ସମକୁ କରୁଛେଁ
ମୋର୍ ନୂଆଁଖାଈ ଜୁହାର୍।।

ତାରିଣି ବହିଦାର୍
ପଦ୍ମପୁର, ବରଗଡ

error: Content is protected !!