ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ମହୁଲପାଲିରେ ଚାଲିଥିବା ଭାଗବତ କଥାମୃତରେ କର୍ତ୍ତା ଭାବେ ଟେମରୀ ସରପଞ୍ଚ ଦିଲ୍ଲିପ କୁମାର ବେହେରା ଓ ତାଙ୍କ ପତ୍ନୀ ସଂଗୀତା ବେହେରା ଯୋଗଦେଇ ପୂଜାର୍ଚ୍ଚନା ସାରିବା ପରେ ପ୍ରବକ୍ତା ଆଚାର୍ଯ୍ୟ ପ୍ରଦୀପ ଶାସ୍ତ୍ରୀଜୀଙ୍କୁ ଫୁଲ ଚନ୍ଦନ ଦ୍ଵାରା ସ୍ଵାଗତ କରି ପ୍ରବଚନ ସ୍ଥଳୀକୁ ଅଣାଯାଇଥିଲା ।
![](https://jagrataprahari.com/wp-content/uploads/2025/01/IMG-20250122-WA0002-1024x384.jpg)
ଏହି କାର୍ଯ୍ୟକ୍ରମ ପାଇଁ ଆଖପାଖ ଗ୍ରାମରୁ ଲୋକଙ୍କ ଗହଳି ଲାଗିଛି । ଏହି କଥାମୃତକୁ ଅନ୍ୟ ମାନଙ୍କ ମଧ୍ୟରେ ସତସଙ୍ଗ ସମିତିର ସଭାପତି ଗତିକୃଷ୍ଣ ପ୍ରଧାନ, ଉପସଭାପତି ମାନଭଞ୍ଜନ ପ୍ରଧାନ, ସମ୍ପାଦକ ବସନ୍ତ ସାହୁ, ସହ ସମ୍ପାଦକ ସଚ୍ଚିଦାନନ୍ଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
![](https://jagrataprahari.com/wp-content/uploads/2025/01/IMG-20250122-WA0003-1024x328.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)