Wednesday, January 22, 2025
spot_imgspot_imgspot_img
Homeରାଜ୍ୟଭବ୍ୟତା ଓ ବିବିଧତା ର ସହିତ ପାଳିତ ହେଲା କାଇଟ୍ ଫେଷ୍ଟିଭାଲ୍ - ୨୦୨୫ ।

ଭବ୍ୟତା ଓ ବିବିଧତା ର ସହିତ ପାଳିତ ହେଲା କାଇଟ୍ ଫେଷ୍ଟିଭାଲ୍ – ୨୦୨୫ ।

ଫେସନ ସୋ, ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ରେ ଦୁଲୁକିଲା ଫୋର୍ସି ଗ୍ରାଉଣ୍ଡ ।

ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପରିବେଷଣ କରାଯାଇଥିଲା ସଙ୍ଗୀତ ନୃତ୍ୟ ବିଚିତ୍ରା କାର୍ଯ୍ୟକ୍ରମ ।

ବିଶିଷ୍ଟ ସମ୍ବଲପୁରୀ କଣ୍ଠଶିଳ୍ପୀ ଅମର ଦାଶ ଙ୍କ ଗୀତ ରେ ଝୁମିଲେ ଦର୍ଶକ ।

ମିଷ୍ଟର କାଇଟ୍, ମିସ୍ କାଇଟ୍ ମୂଖ୍ୟ ଆକର୍ଷଣ ।

ସମ୍ବଲପୁର- ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମ୍ବଲପୁର ୟୁଥ୍ ପକ୍ଷରୁ କାଇଟ୍ ଫେଷ୍ଟିଭାଲ୍ ଆୟୋଜିତ ହୋଇ ଯାଇଛି । ରାଜ୍ୟ ର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଓ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଇଷ୍ଟଦେବୀ ମାଁ ସମଲେଶ୍ବରୀ ଙ୍କ ପୂଜା ପରେ ବହୁଭାଷୀ ନୃତ୍ୟ ସଂଗୀତ ସହ ସାମୁହିକ ବେଲୁନ ଓ ଗୁଡ଼ି ଉଡେଇ ଶୁଭ ଉଦଘାଟନୀ କରିଥିଲେ । ଚଳିତ ବର୍ଷ ମଧ୍ଯ ଶିଶୁ କିଶୋର ଓ ଯୁବକ ଯୁବତୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ମାନ ଆୟୋଜିତ ହୋଇଥିଲା । ନୃତ୍ୟ, ସୁନ୍ଦରୀ ପ୍ରତିଯୋଗିତା ମିଷ୍ଟର୍ କାଇଟ୍ ମିସ୍ କାଇଟ୍, କ୍ରାଫ୍ଟ, ଚିତ୍ରାଙ୍କନ୍, ରଙ୍ଗୋଲି, ସେଲ୍ଫି ଭଳି ବିବିଧ କ୍ଷେତ୍ର ରେ ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗ ରେ ପ୍ରତିଯୋଗୀତା ହୋଇଥିଲା ।

ପଞ୍ଚ ଶହ ରୁ ଉର୍ଦ୍ଧ ପ୍ରତିଯୋଗୀ ଏହୀ ବିବିଧ ପ୍ରତିଯୋଗୀତା ମାନଙ୍କରେ ଅତି ଉତ୍ସାହ ସହକାରେ ଭାଗ ନେଇଥିଲେ । ଦିନ ତମାମ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ଅଞ୍ଚଳ ର ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମମାନ ଆୟୋଜନ ହୋଇଥିଲା । ଓଡ଼ିଶୀ, ସମ୍ବଲପୁରୀ, ହିନ୍ଦି, ଆଧୁନିକ ଗୀତ ନୃତ୍ୟ ରେ ସମାହିତ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନ ପ୍ରଦାନ କରିଥିଲା । ଗତ ବର୍ଷ ଶ୍ରୀରାମ ମନ୍ଦିର ଉପରେ ଥିମ୍ ଡେନ୍ସ ଥିବା ବେଳେ ଚଳିତ ବର୍ଷ ଥିମ୍ ଡେନ୍ସ ରେ ଗଙ୍ଗା କୁ ଆଧାର କରି ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ମିଷ୍ଟର୍ କାଇଟ, ମିସ୍ କାଇଟ ସମେତ ବିଭିନ୍ନ କଳା ପ୍ରତିଯୋଗୀତା ମାନଙ୍କରେ ଅସୀମ ପ୍ରଧାନ, ମୀମାଂସା ରଥ, ତନୁଜା ମହାପାତ୍ର, ନିବେଦିତା ଦାଶ ପ୍ରମୂଖ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। କାଇଟ ଫେଷ୍ଟିଭାଲ କୁ ସଫଳତା ର ସହିତ ଆୟୋଜନ କରିବା ପାଇଁ ସମ୍ବଲପୁର ୟୁଥ୍ ର ସଭାପତି ରିକନ ପଟ୍ଟନାୟକ ଙ୍କ ସହିତ ପ୍ରେମାନନ୍ଦ ମହାକୁଡ, ଦଶରଥ ମେହେର, ସତିଶ ଦୋରା, ବିକାଶ ଭୋଇ, ସ୍ୱାଗତ ପଢ଼ି, ତାପସ ପଣ୍ଡା, ରାହୁଲ୍ ମିଦକ୍, ଅନିରୁଦ୍ଧ ଶର୍ମା, ପର୍ଶୁରାମ ପଣ୍ଡା, ସିଦ୍ଧାର୍ଥ ମହାପାତ୍ର, ରାମାଶିଶ ତ୍ରିପାଠୀ, ମାନସ ରଞ୍ଜନ ବକ୍ସି,। ପ୍ରିତିନନ୍ଦା କର ପ୍ରମୁଖ ବିଭିନ୍ନ ବିଭାଗର ସଂଯୋଜକ ଦାୟିତ୍ଵ ତୁଲାଇଥିଲେ ।

error: Content is protected !!