Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଭଟଲି ବ୍ଲକସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ ।

ଭଟଲି ବ୍ଲକସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ ।

ବରଗଡ-ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ସ୍ଥିତ ଆଶ୍ରମ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି । ପରିବେଶ ସଚେତନତା ମଞ୍ଚ, ଭଟଲି ବ୍ଲକ ଆନୁକୁଲ୍ୟରେ ପରିବେଶବିତ୍ ସଂଜୟ ଖମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବିଶ୍ବ ପରିବେଶ ଦିବସ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉଚ୍ଛବ ଭୁଏଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଶୀଲ କୁମାର ସାହୁ, ମୁଖ୍ୟ ବକ୍ତା ଭାବରେ ପ୍ରକୃତିବନ୍ଧୁ ଦୟାନିଧି ପଧାନ, ସମ୍ମାନିତ ଅତିଥି ଭାବରେ ହାସ୍ୟ କବି ଦେବେନ୍ଦ୍ର ସାହୁ, ବନପାଳ ରାଜେନ୍ଦ୍ର ସିଂ,ସି ଆର ସି ସି ଲୋକନାଥ ମେହେର,ପରିବେଶବିତ୍ ସଂଜୟ ଖମାରୀ ଯୋଗ ଦେଇଥିଲେ ।

ଅତିଥିବୃ୍ନ୍ଦ ବିଶ୍ଵ ପରିବେଶ ଦିବସର ମହତ୍ତ୍ଵ ବିଷୟରେ ଆଲୋକପାତ କରିବା ସହିତ ଭୂମିର ଅବକ୍ଷୟକୁ ରୋକିବା ନିମନ୍ତେ ଜୈବିକ ପରିବେଶର ଉନ୍ନୟନ ନିତାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ପରିବେଶ ସଚେତନତା ଏବଂ ସୁରକ୍ଷା ନିମନ୍ତେ ଚଳିତ ବର୍ଷର ବିଷୟ ବସ୍ତୁ “ଜମି ପୁନରୁଦ୍ଧାର, ମରୁଭୂମି ଓ ମରୁଡ଼ିର ସ୍ଥିରତା” ଉପରେ ବୈଠକରେ ଆଲୋଚନା କରାଯାଇଥିଲା।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବ୍ଲକ୍ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯାଇଥିଲା। ” ମରୁଡ଼ିର ଏକ ଦୃଶ୍ୟ” ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତାରେ ବରିଷ୍ଠ ବିଭାଗରୁ ହିମାଦ୍ରି ସାହୁ, ଚିନ୍ମୟୀ ପାଣିଗ୍ରାହୀ ଏବଂ ଡୋନା ନାଏକ ଯଥାକ୍ରମେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବିଭାଗରୁ ସୌମ୍ୟାଶ୍ରୀ ନାଏକ, ସମ୍ରାଟ ସାହୁ ଏବଂ କୌଶକୀ ପଧାନ ଯଥାକ୍ରମେ ପ୍ରଥମ , ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ।

ପଞ୍ଚବଟୀ ବନ ସଂରକ୍ଷଣ ସମିତି, ବେଲବାହାଲିର ସଭାପତି ଖତୁ ବିଶ୍ବାଳ, ବନ ସଂରକ୍ଷଣ ସମିତି ବିଶାଲପାଲିର ସଦସ୍ୟ ବଳରାମ ବନଛୋର୍ ଉପସ୍ଥିତ ଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅନନ୍ତ ସାହୁ, ସଭ୍ୟ କ୍ଷୀରୋଦ୍ର ନାଏକ,ଶିକ୍ଷକ ଦିଲ୍ଲୀପ ପଧାନଙ୍କ ସମେତ ଇକୋ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ପ୍ରଧାନ ଶିକ୍ଷକ ଉଚ୍ଛବ ଭୁଏ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ଅଷ୍ଟମନ୍ୟୁ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

error: Content is protected !!