ବରଗଡ-ବର୍ତ୍ତମାନ ଆଧୁନିକ ଯୁଗରେ ବିଜ୍ଞାନର ଅଗ୍ରଗତି,ଉଦ୍ଭାବନ ବଳରେ ଲୋକମାନେ ଆକାଶରେ ଉଡ଼ି ଚନ୍ଦ୍ରରେ ପହଞ୍ଚି ଗଲେଣି । ଭାରତରେ ଆଜାଦିର ଅମୃତ ମହୋତ୍ସବ ପାଳନ ହେଉଛି ।ଗରୀବ ଅସହାୟ ଲୋକଙ୍କ ସହଯୋଗ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୁଡ଼ାଏ ଯୋଜନା କାର୍ଯ୍ୟକାରୀ ହେଉଥିବା ସ୍ଥଳେ ଏବେ ମଧ୍ୟ ଲୋକେ ସେହି ଯୋଜନାରୁ ବଞ୍ଚିତ ଅଛନ୍ତି ।ତାହାର ଏକ ନଗ୍ନ ଚିତ୍ର ,ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା, ଅମ୍ବାଭୋନା ବ୍ଳକର ବୁଙ୍ଗାପାଲି ଗ୍ରାମରେ । ଚତୁର୍ଭୁଜ ମହାନନ୍ଦ ୭୩ ବର୍ଷ ଙ୍କ ମୃତ୍ୟୁ ହୋଇଯାଇଛି,ଘରେ କେବଳ ମାତ୍ର ବିଧବା ପତ୍ନୀ ସକୃତା ମହାନନ୍ଦ।
ପରିତାପର ବିଷୟ ଏହା ଯେ ମରିଯିବା ପର୍ଯ୍ୟନ୍ତ ଗୋଟିଏ ଛାତ କିମ୍ବା ଛପର ଘରେ ଶୋଇବା , ବିଜୁଳି ଆଲୁଅରେ ରହିବା ଭାଗ୍ୟରେ ନଥିଲା । ଝାଟିମାଟି ଜରି ପୋଲିଥିନ୍ ଢଙ୍କା କୁଡିଆ ତଲେ ଅନାବନା ଘାସ ପରିସରରେ ଅତ୍ୟନ୍ତ ଶୋଚନୀୟ ସ୍ଥିତିରେ ମୃତ୍ୟୁ ଘଟିଛି। ଗ୍ରାମବାସୀଙ୍କ ସହାୟତାରେ ଶବ ସତ୍କାର କରାହେଲା ହେଲେ ବିଡମ୍ବନାର ବିଷୟ ଏହା ଯେ ଏ ସବୁ ଘଟଣା ପ୍ରତି ନାଁ ସ୍ଥାନୀୟ ପ୍ରତିନିଧିମାନଙ୍କର ଦୃଷ୍ଟି ରହୁଛି ନାଁ ପ୍ରଶାସନର । ଦେଖିବାକୁ ବାକି ରହିଲା ପରବର୍ତ୍ତୀ ସମୟରେ ବିଧବା ସୁକୃତା କୁ ସମାଜରେ ବଞ୍ଚିବକୁ ମୋୖଲିକ ଅଧିକାର ମିଲି ପାରୁଛି କି ନାହିଁ ।