Saturday, March 7, 2026
Homeରାଜ୍ୟଭଏସ ଅଫ ମିଡିଆ ସୁବର୍ଣ୍ଣପୁର ୟୁନିଟ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ ।

ଭଏସ ଅଫ ମିଡିଆ ସୁବର୍ଣ୍ଣପୁର ୟୁନିଟ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ ।

ସୋନପୁର-ସୁବର୍ଣ୍ଣପୁର ସହରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଗସ୍ତ ଅବସର ରେ ହେଲିପେଡ୍ ରେ ପହଁଞ୍ଚିବା ପରେ ନୂତନ ସର୍କିଟ ହାଉସ ଉଦଘାଟନ କରିଥିଲେ। ସୋନପୁର ସର୍କିଟ ହାଉସ ରେ ବିଭିନ୍ନ ଅନୁଷ୍ଠାନ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ବାଗତ ସ୍ୱାମର୍ଦ୍ଧନା ଦେଇଥିବା ବେଳେ ଭଏସ ଅଫ ମିଡିଆ ତରଫରୁ ମଧ୍ୟ ଅଷ୍ଟଚଣ୍ଡୀ ଙ୍କ ଫୋଟୋ ଚିତ୍ର ଦେବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମନ୍ଦିର ମାଳିନୀ ସୋନପୁର ର ପ୍ରମୁଖ ଦାବୀ ମଧ୍ୟ ରେ ମଡେଲ ବସ୍ ଷ୍ଟାଣ୍ଡ ଶୀଘ୍ର ନିର୍ମାଣ ଦାବୀ,ରିଙ୍ଗ ରୋଡ କାମ ଶୀଘ୍ର ସମ୍ପୂର୍ଣ, ସୋନପୁର ମହାବିଦ୍ୟାଳୟ ଓ ବିଜୁପଟ୍ଟନାୟକ ମହିଳା ବିଦ୍ୟାଳୟ ଦୀର୍ଘ ଦିନରୁ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଏଯାବତ୍ ସରକାରୀ ମାନ୍ୟତା ପାଇ ନ ଥିବାରୁ ଶୀଘ୍ର ଏହା ଉପରେ ବିଚାର କରିବା ପାଇଁ,

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୀଘ୍ର ଆଇ ସି ୟୁ ସୁବିଧା କରିବା ପାଇଁ ଭଏସ ଅଫ ମିଡିଆ ସଭାପତି ସନ୍ତୋଷ ମିଶ୍ର ଙ୍କ ନେତୃତ୍ୱରେ ଭାସ୍କର ଦାଶ, ରଞ୍ଜନ ହୋତା, ସଚିକାନ୍ତ ସୁନା, ସହଦେବ ମେହେର, ସରୋଜ ପ୍ରକାଶ ପ୍ରଧାନ,ଶେଷଦେବ ବାରିକ,ଉମାକାନ୍ତ ବାଘ,କିଶୋର ,ଅଶ୍ଵିନୀ ନେପାକ, ଙ୍କ ସହ ସମସ୍ତ ସଦସ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସର୍କିଟ ହାଉସ ରୁ ସିଧା ରାମେଶ୍ବର ଷ୍ଟାଡିୟମ୍ ମଞ୍ଚ ରୁ ପ୍ରାୟେ ୨୦୦୦୦ ଲୋକ ଏକାଠି ହୋଇଥିବା ସଭା ରେ ଉଦବୋଧନ ଦେଇ ୩୨୩ କୋଟି ଟଙ୍କାରୁ ଉର୍ଦ୍ଧ୍ବ ୫୬ ଗୋଟି ପ୍ରକଳ୍ପ ଉଦଘାଟନ କରିଥିଲେ।

error: Content is protected !!