Saturday, March 7, 2026
Homeଅଘଟଣବ୍ୟାଙ୍କ କାଉଣ୍ଟରରୁ ଟଙ୍କା ଲୁଟି ମାରୁଥିଲେ ଚମ୍ପଟ, ଗୋଡାଇ ଗୋଡାଇ ଧରିଲେ ଲୋକେ ।

ବ୍ୟାଙ୍କ କାଉଣ୍ଟରରୁ ଟଙ୍କା ଲୁଟି ମାରୁଥିଲେ ଚମ୍ପଟ, ଗୋଡାଇ ଗୋଡାଇ ଧରିଲେ ଲୋକେ ।

ବରଗଡ଼-ବରଗଡ଼ ସହରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ମୁଖ୍ୟ ଶାଖା କାଉଣ୍ଟରରୁ ଶନିବାର ମଧ୍ୟାହ୍ନରେ ଲକ୍ଷାଧିକ ଟଙ୍କା ଲୁଟ୍ କରି ଚମ୍ପଟ୍ ମାରୁଥିବା ଜଣେ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଗୋଡାଇ ଧରିବାରେ ସକ୍ଷମ ହୋଇଛନ୍ତି। ଅଭିଯୁକ୍ତ ଯୁବକଙ୍କ ପରିଚୟ ମିଳି ପାରିନାହିଁ। ସ୍ଥାନୀୟ ଟାଉନ ଥାନା ପୋଲିସ ତାଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ତେବେ ଏଥିରେ ଆଉ କେହି ଅଭିଯୁକ୍ତ ସମ୍ପୃକ୍ତ ରହିଥିବା ଆଶଙ୍କା କରି ପୋଲିସ ଅଧିକ ଖୋଳତାଡ଼ କରୁଛି। ଗିରଫ ଅଭିଯୁକ୍ତ ରାଜ୍ୟ ବାହାର ଲୋକ ଏବଂ ସକ୍ରିୟ ରହିଥିବା ଲୁଟେରା ଗ୍ୟାଙ୍ଗର ଜଣେ ବୋଲି ଅନୁମାନ କରାଯାଉଛି।

error: Content is protected !!