Sunday, November 24, 2024
spot_imgspot_imgspot_img
Homeଖେଳବ୍ଳକ ସ୍ତରୀୟ ସ୍କୁଲ ସମୂହ କ୍ରୀଡା ପ୍ରତିଯୋଗିତା ।

ବ୍ଳକ ସ୍ତରୀୟ ସ୍କୁଲ ସମୂହ କ୍ରୀଡା ପ୍ରତିଯୋଗିତା ।

ବରପାଲି-ବରପାଲି ବ୍ଲକ ଲେଣ୍ଡା ହାଇସ୍କୁଲ ଖେଳପଡ଼ିଆ ପ୍ରାଙ୍ଗଣରେ ବରପାଲି ବ୍ଳକ ସ୍ତରୀୟ ଦ୍ବିଦିବସିୟ ସ୍କୁଲ ସମୂହ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି।ସୋମବାର ପୁର୍ବାହ୍ନରେ ବରଗଡ଼ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ସୁଦୀପ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଲେଣ୍ଡା ହାଇସ୍କୁଲ ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ସଭାପତି ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ମାହାରଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା।

ସମ୍ମାନୀତ ଅତିଥି ଭାବରେ ଲେଣ୍ତା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିଚାଳନା ସଭାପତି ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ହୀରାଧର ବିଶ୍ୱାଲ, ଅବସର ପ୍ରାପ୍ତ କ୍ରୀଡାଶିକ୍ଷକ ନାରାୟଣ ସାହୁ, ବରିଷ୍ଠ କ୍ରୀଡା ଶିକ୍ଷକ ମନସୀ ପାତ୍ର ବରିଷ୍ଠ କ୍ରୀଡା ଶିକ୍ଷକ ଶ୍ରୀ ରମେଶ ସେଟ୍ ପ୍ରମୁଖ ଯୋଗଦେଇ କ୍ରୀଡା ପ୍ରତିଯୋଗିତା ସମ୍ପର୍କିତ ବିଷୟ ତଥା କ୍ରିଡା ସମ୍ବନ୍ଧିତ ଶିକ୍ଷଣିୟ ବିଷୟ ଉପରେ ଆଲୋଚନା କରିଥିଲେ।

ବ୍ଲକ ସମୂହ ସ୍କୁଲ ଶାରୀରିକ ଶିକ୍ଷା ପରିବାର ସଂପାଦକ ମନୋଜ ସାହୁଙ୍କ ସଂଯୋଜନାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ସମୁହ ବ୍ଲକର ତିରିଶଟି ସ୍କୁଲରୁ ୧୨୦ ଛାତ୍ର ଓ ୭୫ ଜଣ ଛାତ୍ରୀ କ୍ରିଡାତ୍ସବରେ ଭାଗ ନେଇଛନ୍ତି। ଉତ୍ସବରେ ୧୦୦ମି,୨୦୦ମି,୪୦୦ମି,୬୦୦ମି,୮୦୦ମି, ୧୬୦୦ମି ଦୌଡ଼ ପ୍ରତିଯୋଗିତାରେ ସାମିଲ କରାଯାଇଥିବା ବେଳେ ଉଚ୍ଚ ଡିଆଁ, ଲମ୍ବ ଡିଆଁ,ସର୍ଟ ଫୁଟ, ଏବଂ ଜେଭଲିନ୍ ଥ୍ରୋ, ଡିସ୍କସ୍ ଥ୍ରୋ ପ୍ରଭୁତି ଖେଳ ମାନ ସିନିଅର ଓ ଜୁନିଅର ଗ୍ରୁପ ମାଧ୍ଯମରେ ଆୟୋଜନ କରାଯାଇଛି।

ମନବୋଧ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଲେଣ୍ଡା ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସରୋଜ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନାରେ କୃଷ୍ଣ ଚନ୍ଦ୍ର ବିଶ୍ୱାଳଙ୍କ ସମେତ ବ୍ଲକର ସମସ୍ତ ଶାରୀରିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆୟୋଜନରେ ସହଯୋଗ କରୁଛନ୍ତି।

error: Content is protected !!