Wednesday, December 18, 2024
spot_imgspot_imgspot_img
Homeରାଜ୍ୟବ୍ଳକ ସ୍ତରୀୟ ପ୍ରଧାନ ଶିକ୍ଷକ ମାନଙ୍କ ଦ୍ଵାଦଶ ସମ୍ମିଳନୀ ଅନୁଷ୍ଠିତ ।

ବ୍ଳକ ସ୍ତରୀୟ ପ୍ରଧାନ ଶିକ୍ଷକ ମାନଙ୍କ ଦ୍ଵାଦଶ ସମ୍ମିଳନୀ ଅନୁଷ୍ଠିତ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସରଧାପାଲି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ମାନଙ୍କ ଦ୍ଵାଦଶ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇ ଅଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାମଲାଲ ବରିହା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଜୟ କୁମାର ସାହୁ,ଶ୍ରୀଯୁକ୍ତ ଧବଳେଶ୍ଵର ବରିହା,ଶ୍ରୀଯୁକ୍ତ ଡୋଳା ନନ୍ଦ ସାହୁ,ଦେବାନନ୍ଦ ପଧାନ ଓ କିଶୋର କୁମାର ଯୋଷୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ ରେ ଗାଇସିଲେଟ ବ୍ଲକର ୨୩ ଗୋଟି ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ ।

ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉକିଲ ପାଣ୍ଡେ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଉକ୍ତ ବିଦ୍ୟାଳୟ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ପ୍ରଥମେ ଦଶମ ଶ୍ରେଣୀର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ନବମ ଶ୍ରେଣୀର ଛାତ୍ରୀ ମିନାକ୍ଷୀ ବାଗ ନୃତ୍ୟ ପରିବେଷଣ କରିଥିଲେ । ସାଧନ କର୍ମୀ ଶ୍ରୀଯୁକ୍ତ ଦୁର୍ଯୋଧନ ସାହୁ ଓ ପ୍ରଫୁଲ୍ଲ ଡନସେନା ଶିକ୍ଷ୍ୟା ବିଭାଗରେ ନୂତନ ଭାବରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ପଦକ୍ଷେପ ବିଷୟରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ ।

ବିଦ୍ୟାଳୟରେ 5T ସମ୍ପର୍କ ଏବଂ ଗୁଣାତ୍ମକ ଶିକ୍ଷା ଉପରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚିତ୍ତ ରଞ୍ଜନ ପଣ୍ଡା ସଂପୂଣ୍ଣ ଭାବରେ ସହଯୋଗ କରିଥିଲେ । ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କ ଦ୍ଵାରା ବିଦ୍ୟାଳୟର ଇ – ଲାଇବ୍ରେରୀ,ବିଜ୍ଞାନଗାର ରେ ଛାତ୍ରଛାତ୍ରୀ ମାନଙ୍କ କାର୍ଯ୍ୟକଳାପ କୁ ପରିଦର୍ଶନ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉକିଲ ପାଣ୍ଡେ ନେତୃତ୍ୱରେ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ମାନଙ୍କୁ ଏକତାର ସୂତ୍ରରେ ବାନ୍ଧି ବିଦ୍ୟାଳୟର କାର୍ଯ୍ୟକ୍ରମ ତଥା ଛାତ୍ର ଛାତ୍ରୀ ମାନଙ୍କ ଉନ୍ନତି ଦେଖି ସମସ୍ତ ପ୍ରଧାନ ଶିକ୍ଷକ ଭୂରୀୟସି ପ୍ରଶଂସା କରିଥିଲେ ।

ପରିଶେଷରେ ନବମ ଶ୍ରେଣୀର ଛାତ୍ରୀ ମାନଙ୍କ ଦ୍ଵାରା ମନମୁଗ୍ଧକର ପରିସମାପ୍ତି ସଙ୍ଗୀତ ଗାନ କରାଯାଇଥିଲା । କଟାବାହାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ବାରିକ ମହାପ୍ରଭୁ ଜଗନ୍ନାଥଙ୍କ ଏକ ସୁନ୍ଦର ଭଜନ ପରିବେଷଣ କରି ସମସ୍ତଙ୍କ ହୃଦୟ ଜିଣିଥିବା ବେଳେ ରାଜକୁମାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!