
ଗାଇସିଲେଟ-ଜଗନ୍ନାଥ ହାଇସ୍କୁଲ କନ୍ଦାଗାଡ଼ ଠାରେ ବ୍ଲକ ସ୍ତରୀୟ ଜୁନିଅର ରେଡକ୍ରସ ସେବା ଗାଇସିଲଟ ବ୍ଲକ ଉଚ୍ଚ ବିଦ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜଗଲପlଟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ସାହୁ ଜେ ଆର ସି ରେ ଛାତ୍ର ଛାତ୍ରୀ ଙ୍କ ଭୂମିକା ବିଷୟ ରେ,ସଭାପତି ଭାବେ ଜଗନ୍ନାଥ ହାଇ ସ୍କୁଲ କନ୍ଦାଗାଡ ପ୍ରଧାନ ଶିକ୍ଷକ ବିଷ୍ଣୁ ଭୋଇ ସଭା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଖେଳ ବିଭାଗ ର ବ୍ଲକ ସମ୍ପାଦକ କଂଗ୍ରେସ ପଧାନ,ଉକ୍ତ ବିଦ୍ୟାଳୟ ର ସଭାପତି ଅଶୋକ କୁମାର ତ୍ରିପାଠୀ, ରୋହିତ ସା, ସମିତି ସଭ୍ୟା ସରୋଜିନୀ ପଧାନ, ହଜାରୁ ପଧାନ, ଛବିଳ ପଧାନ ମଂଚାସୀନ ଥିଲେ l

ନବୀନ କୁମାର ବରିହା ମଞ୍ଚ ପରିଚାଳନା କରିଥିଲେ l ବିଚାରକ ମଣ୍ଡଳୀ ଦାଇତ୍ୱ ରେ ରମେଶ ଚନ୍ଦ୍ର ସାହୁ, ରଘୁମଣି ସାହୁ, ସଞ୍ଜୟ ବିଶ୍ୱାଳ, ମନୋରଞ୍ଜନ ପଧାନ, କୃଷ୍ଣ ଚନ୍ଦ୍ର ସାହୁ ଗୁଲେଖ ବାଗ, ବଳରାମ ବଗର୍ତି ଗକୁଳ ପଧାନ ଥିଲେ l ପଂଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଦଣ୍ଡ ସେନା, ପଂଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପର୍ଶୁରାମ ପଧାନ,ପି ପି ପି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୋହନ ରଣl, ଉକ୍ତ ବିଦ୍ୟାଳୟ ର ଶିକ୍ଷକ ଅଶେଷ କୁମାର ଦାଶ,ଈଶ୍ୱର ଚନ୍ଦ୍ର ନାଏକ, ସୌଦାକର ବାରିକ,ପ୍ରଦୀପ ଗଡତିଆଓ ଅଣ ଶିକ୍ଷକ ବାବୁଲ ପଧାନ, ବୀରେନ୍ଦ୍ର ବରିହା ଓ ଶ୍ୟାମ ସୁନ୍ଦର ବେହେରା ସାହାଯ୍ୟ କରିଥିଲେ l ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l


