Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବ୍ଲକ ସ୍ତରୀୟ ସୁଭଦ୍ରା ଚିତ୍ରକଳା ପ୍ରତିଯୋଗିତା ।

ବ୍ଲକ ସ୍ତରୀୟ ସୁଭଦ୍ରା ଚିତ୍ରକଳା ପ୍ରତିଯୋଗିତା ।

ବରପାଲି-ବରପାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ସୁଭଦ୍ରା ଯୋଜନା ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ଛାତ୍ରଛାତ୍ରି ମାନେ ପ୍ରତିଯୋଗି ଭାବେ ଭାଗ ନେଇଥିଲେ। ୨୩ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରା କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ।

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରତ୍ନକୁମାର ଭୋଇ, ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ମେହେର, ଗଙ୍ଗାଧର ଏନ, ଏ, ସି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ବାରିକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ପ୍ରତିଯୋଗିତାର ବିଚାରକ ଭାବରେ ବିଶିଷ୍ଠ ଚନ୍ଦଶେଖର ରାଉତ ଓ ବିଜେନ୍ଦ୍ର ବେହେରା କାର୍ଯ୍ଯଭାର ତୁଳାଇଥିଲେ l ପ୍ରତିଯୋଗିତାରେ ବ୍ଲକର ରୁଦ୍ର ସେଠ, ଆଦ୍ୟାଶା ସାହୁ, ୟୁଗାନ ପଧାନ, ଲକ୍ଷ୍ମୀକାନ୍ତ ଛତ୍ରିଆ, ନିଳାଞ୍ଚଳ ମେହେର ପାଞ୍ଚ ଜଣ ଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି l

error: Content is protected !!