କୁଚିଣ୍ଡା(ତପନ ଦାଶ)-ଓଡିଶା ସାମାଜିକ ସୁରକ୍ଷା ଉତ୍ତର ଦାଇତ୍ୱ ଓ ସ୍ୱଚ୍ଛତା ସମିତି ,ଓଡିଶା ଆନୁକୂଲ୍ୟରେ କୁଚିଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି ।
ଏହି ଅବସରରେ ଜିଲ୍ଲା ସ୍ପେଶାଲ ଅଡିଟର ଆର୍ତ୍ତତ୍ରାଥ ଶତପଥୀ, କୁଚିଣ୍ଡା ବିଡ଼ିଓ ନିରଞ୍ଜନ ସା,ଏବିଡ଼ିଓ ସହଦେବ ନନ୍ଦ,ବ୍ଲକ ସ୍ପେଶାଲ ଅଡିଟର ଡିକି ଡାଲମା ହୋତା,ଏପିଓ କୂଳବନ୍ତ ବା ,ସହକାରୀ ଯନ୍ତ୍ରୀ ଶ୍ୟାମ ସୁନ୍ଦର ମାଝୀ ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଜ୍ଞା ପରିମିତ ନାୟକ ୧୭ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ,ମନେରେଗାର ଶ୍ରମିକଙ୍କ ସହ ସମସ୍ତ ଲାଇନ ଡ଼ିପାଟମେଣ୍ଟ ଅଧିକାରୀ ମାନେ ଯୋଗଦେଇ ଗତ ସମୀକ୍ଷା ବୈଠକରେ ହୋଇଥିବା ବିଷୟ ବସ୍ତୁରୁ ସମୀକ୍ଷା ସହ ତାର ଅଗ୍ରଗତି ନେଇ ଆଲୋଚନା କରାଯାଇଥିଲା ।
ଯେଉଁ ବିଭାଗରେ ଅଧିକାରୀ ମାନେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିଲେ ସେମାନଙ୍କୁ ଜିଲ୍ଲା ସ୍ପେଶାଲ ଅଡିଟର ତାଗିତ କରିବା ସହ ତୁରନ୍ତ ସେ ସବୁ କାର୍ଯ୍ୟ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟପଟେ ଜଙ୍ଗଲ ବିଭାଗ ଅନେକ ଜାଗାରେ ବିନା ବିଲ ଭାଉଚର ରେ ରେଷ୍ଟ ସେଡ କରିଥିବାରୁ ବିଭାଗକୁ ତାଗିଦ କରିଥିଲେ ।