Thursday, November 21, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବ୍ଲକ ସ୍ତରୀୟ ସାଇନ୍ସ ଡ୍ରାମା ପ୍ରତିଯୋଗିତା।

ବ୍ଲକ ସ୍ତରୀୟ ସାଇନ୍ସ ଡ୍ରାମା ପ୍ରତିଯୋଗିତା।

ପଦ୍ମପୁର-ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅଭିଳାଷ ସାହୁ ଙ୍କ ସଭାପତିତ୍ଵରେ ବ୍ଲକସ୍ତରୀୟ ସାଇନ୍ସ ଡ୍ରାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜମରତଲା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀ, ସମ୍ମାନିତ ଅତିଥି ଭାବେ ବାଳିକା ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀ ମାନସ ରଞ୍ଜନ ଶତପଥୀ ,ବରିକେଲ ସଂସ୍କୃତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅନିଲ ସାହୁ ଏବଂ ବିଚାରକ ଭାବେ ଅବସର ପ୍ରାପ୍ତ ଜିଲ୍ଲାସ୍ତରୀୟ ଜେ.ଆର୍. ସି ସାଧନକର୍ମୀ ଚୂଳସୁନ୍ଦର ସାହୁ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଜୀବନାନନ୍ଦ ସାହୁ ଯୋଗଦାନ କରିଥିଲେ।ସର୍ବପ୍ରଥମେ ମୁଖ୍ୟ ଅତିଥି ଙ୍କ ଦ୍ବାରା ଶ୍ରୀ ଗଣେଶ ଓ ମା ସରସ୍ବତୀ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ୱଳନ କରାଯାଇଥିଲା। ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରୀତିରଶ୍ମୀ ସେଠ୍ ଅତିଥି ପରିଚୟ ପ୍ରଦାନ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।

ଉକ୍ତ ସଭାରେ ମୋଟ୍ ୬ଟି ବିଦ୍ୟାଳୟ ଯଥାକ୍ରମେ ଆର୍.ବି.ହାଇସ୍କୁଲ, ଜି.ଏମ୍.ଏଚ୍.ଏସ୍ ଦହିତା,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର,ସରକାରୀ ଉଚ୍ଚ ବିଦ୍ୟାଳୟ ଦେଉଳି,ବରିକେଲ ସଂସ୍କୃତ ବିଦ୍ୟାଳୟ ଏବଂ ଓଏଭି ବାନ୍ଦୁପାଲି ରୁ ପ୍ରତିଯୋଗୀମାନେ ଆସି ପ୍ରତିଯୋଗିତା ରେ ଭାଗ ନେଇଥିଲେ। ଶ୍ରେଷ୍ଠ ଡ୍ରାମା ଭାବେ “ବିଜୁଳି ଘଡଘଡି ର ନିରାକରଣ” (ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ), ପଦ୍ମପୁର, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଶିକ୍ଷକ ଚକ୍ରଧର ନାୟକ, ଶ୍ରେଷ୍ଠ ସ୍କ୍ରିପ୍ଟ ଲେଖିକା ଭାବେ ଶିକ୍ଷୟିତ୍ରୀ ପ୍ରୀତିରଶ୍ମୀ ସେଠ୍,ଶ୍ରେଷ୍ଠ ଅଭିନେତା ଭାବେ ଶୁଭମ୍ ବାଗ୍ (ଆର୍.ବି.ହାଇସ୍କୁଲ) ,ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସ୍ଵାତୀ ବରିହା (ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ପଦ୍ମପୁର) ଙ୍କୁ ବିଚାରକମାନଙ୍କ ଦ୍ବାରା ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା ।ପରିଶେଷରେ ଶିକ୍ଷୟିତ୍ରୀ ପ୍ରୀତିରଶ୍ମୀ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବ୍ଲକ ସ୍ତରୀୟ ସାଇନ୍ସ ଡ୍ରାମା ପ୍ରତିଯୋଗିତା ର ସଫଳ ଆୟୋଜନ ନିମନ୍ତେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

error: Content is protected !!