ପଦ୍ମପୁର-ରାଜବୋରାସମ୍ବରବ୍ଲକ ଅନ୍ତର୍ଗତ ମେଲଛାମୁଣ୍ଡା ହାଇସ୍କୁଲ ଖେଳ ପଡିଆରେ ଦୌଡକୁଦ ପ୍ରତିଯୋଗୀତା ଉଦ୍ଘାଟିତ ହୋଇଯାଇଛି । ବ୍ଲକ୍ ସ୍କୁଲ ସ୍ପୋର୍ଟସ ଏସୋସିଏସନ୍ର ସ୍ଥାୟୀ ସଭାପତି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀ ମାନେ ସ୍ଵାଗତ ସଂଗୀତ ଗାନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚିନ୍ତାମଣି ସାହୁ ସ୍ଵାଗତ ସମ୍ବର୍ଦ୍ଧନା ପୂର୍ବକ ଅତିଥି ପରିଚୟ ପ୍ରଦାନ କରିଥିଲେ । ବ୍ଲକ ଶିକ୍ଷl ଅଧିକାରୀ ଶ୍ରୀମାନ ଲୋକନାଥ ଭୋଇଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା ।
ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ଡୋଳାମଣି ଭୋଇ ଅବସର ପ୍ରାପ୍ତ ସହକାରୀ ଶିକ୍ଷକ,ପାଣ୍ଡକିପାଲି ହାଇସ୍କୁଲ କ୍ରୀଡାର ମହତ୍ଵ ବିଷୟରେ ଆଲୋକପାତ କରିବାସହ ସମ୍ମାନୀତ ଅତିଥି ଭାବେରେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ପ୍ରତ୍ୟୁଷ ରଞ୍ଜନ ଭୋଇ, ଟାଲ ପଞ୍ଚାଯତ ର ସରପଞ୍ଚ ମିଥିଲା ସାହୁ, ଡକ୍ଟର ଦିଲ୍ଲୀପ କୁମାର ଭୋଇ , ଡକ୍ଟର ଡମ୍ବରୁଧର ଦେବତା ,ଡକ୍ଟର ତାରାକାନ୍ତ ସାହୁ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ।
ଅନ୍ୟାନ୍ୟ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ସୁଧାଂଶୁ ମାଝୀ ଓ ଧରମ ବେହେରା ପ୍ରମୁଖ ଯୋଗଦାନ କରିଥିଲେ । “ରାଜବୋରସମ୍ବର ବ୍ଲକ ବିଦ୍ୟାଳୟ ସମୂହ ଖେଳ ଓ କ୍ରୀଡା ପରିବାର ର ସମ୍ପାଦକ ଶ୍ରୀଯୁକ୍ତ ହରେକୃଷ୍ଣ ମେହେର ବାର୍ଷିକ ବିବରଣୀ ପଠନ କରିଥିଲେ । ଶେଷରେ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ଅନଙ୍ଗ କୁମାର ଜେନା ଓ ଶ୍ରୀମତୀ ସୁକୃତା ସୁନା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ଲକର ମୋଟ ୩୫ ଗୋଟି ବିଦ୍ୟାଳୟରୁ ୧୨୭ ଜଣ ବାଳକ ଓ ୯୦ ଜଣ ବାଳିକା ଏହି କ୍ରୀଡା ଉତ୍ସବରେ ଯୋଗଦାନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀବତ୍ସରାଜ ପୁରୋହିତ ଓ ବ୍ଲକର ସମସ୍ତ ଶାରୀରିକ ଶିକ୍ଷକ ମାନେ କାର୍ଯକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ ।