ବରପାଲି-ବରପାଲି ସରକାରୀ ବାଳିକା ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବାଳ ବିଜ୍ଞାନୀ ପ୍ରଦର୍ଶନୀ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଅପରାହ୍ନ ସମୟରେ ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ବୈଠକରେ ଅର୍ନ୍ତଗତ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକ ମାନେ ଯୋଗ ଦେଇଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହାରାଙ୍କ ସଭାପତିତ୍ୱରେ ଆଲୋଚନା କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ପ୍ରସ୍ତୁତି ବୈଠକରେ ଗତ ବର୍ଷ ଆୟ ବ୍ଯୟ ଅଟକଳ ବିବରଣୀ ଏ.ବି.ଇ.ଓ ରତ୍ନ କୁମାର ଭୋଇଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା ।


ଚଳିତ ବର୍ଷ ପ୍ରଦର୍ଶନୀ ମେଳା ସ୍ଥାନିୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜନ ପାଇଁ ପ୍ରସ୍ତାବ ଗ୍ରହଣ ସହ ଆସନ୍ତା ୧୯ତାରିଖ ଦିନାଙ୍କକୁ ଧାର୍ଯ୍ୟ କରାଗଲା।ମେଳାରେ ଅଧିକ ରୁ ଅଧିକ ବାଳବୈଜ୍ଞାନିକ ଓ ପ୍ରତିଭାଶାଳୀ ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତାରେ ଭାଗ ନେବାକୁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ବିଇଓ ମାହାରା ସାର ପ୍ରଧାନଶିକ୍ଷକ ମାନଙ୍କ ଉପରେ ଗୁରୁତ୍ବ ଦେଇଥିଲେ। ପରେ ପରିଚାଳନାଗତ ବ୍ୟବସ୍ଥା ଉପରେ ବିଶୃତ ଉପରେ ଆଲୋଚନା ହୋଇଥିଲା। ସରକାରୀ ବାଳିକା ହାଇସ୍କୁଲ ପ୍ରଧାନଶିକ୍ଷକ ନାରାୟଣ ଭୋଇ ଧନ୍ଯବାଦ ଜଣାଇଥିଲେ।



