Saturday, April 12, 2025
spot_imgspot_imgspot_img
Homeଖେଳବ୍ଲକ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ।

ବ୍ଲକ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ।

ପଦୁପୁର-ରାଜବୋଡାସମ୍ବର ବ୍ଲକ ସ୍ତରୀୟ ୧୭ ବର୍ଷରୁ କମ ବର୍ଗର ବାଳକ ଓ ବାଳିକା ବିଭାଗର ବ୍ଲକ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ବରିକେଲ ନୋଡାଲ ଉଚ୍ଚ ବିଦ୍ୟାଳୟର ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଚାରିଟି ସବ୍ ବ୍ଲକର ସମୁଦାୟ ୧୦୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ବାଳକ ବିଭାଗର ୬୧ ଓ ବାଳିକା ବିଭାଗର ୪୫ ଜଣ ଅଂଶ ଗ୍ରହଣ କରିଥିଲେ। ଉଦ୍ଘାଟନୀ ସଭାରେ ବ୍ଲକ ସ୍କୁଲ କ୍ରୀଡା ଓ ଖେଳ ସଙ୍ଗଠନର ସଭାପତି ତଥା ବ୍ଲକ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ ସଭାପତିତ୍ବ କରିଥିଲେ ଓ ଆନୁଷ୍ଠାନିକ ଭାବରେ ଉକ୍ତ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ।

ବ୍ଲକ ସମ୍ପାଦକ ଶ୍ରୀ ହରେକୃଷ୍ଣ ମେହେର ସ୍ୱାଗତ ଭାଷଣ ସହ ସଭାକାର୍ଯ୍ୟ ପରିଚାଳନା କରି ପୂର୍ବ ବର୍ଷର ବିବରଣୀ ପଠନ କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ସୁବଳ କୁମାର ଭୁଏ ଫୁଟବଲ ଖେଳର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କ୍ରୀଡା ଶିକ୍ଷକ ଶ୍ରୀ କ୍ଷିରୋଦ୍ର ଦାଶ ଓ ଅନ୍ୟ ସମସ୍ତ କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

ଆଜିର ଏହି ପ୍ରତିଯୋଗୀତାରେ ବାଳକ ବିଭାଗରେ ପଦମପୁର ସବ୍ ବ୍ଲକ ବିଜେତା ଓ କନସିଙ୍ଗା ସବ୍ ବ୍ଲକ ଉପ ବିଜେତା ଏବଂ ବାଳିକା ବିଭାଗରେ ଦହିତା ସବ୍ ବ୍ଲକ ବିଜେତା ଓ ପଦମପୁର ସବ୍ ବ୍ଲକ ଉପ ବିଜେତା ହୋଇଥିଲେ।କୃତୀ ଦଳଙ୍କୁ ପୁରସ୍କୃତ କରାଯାଇ ଥିଲା ଓ ପରିଶେଷରେ କ୍ରୀଡା ଶିକ୍ଷକ ଶ୍ରୀ ଚନ୍ଦ୍ରମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!