ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ନିପୂଣ ଓଡିଶା ମେଳା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ରାଜବୋଡାସମ୍ବର ବ୍ଲକ ଅଧକ୍ଷ୍ୟ ରଣଜିତ ସିଂ ବରିହା, ସଭାପତି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜବୋଡ଼lସମ୍ବର ଲୋକନାଥ ଭୋଇ, ମୁଖ୍ୟ ବକ୍ତା ବେଣୁଧର ବରିହା(ପ୍ରଶିକ୍ଷକ)ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ, ସମ୍ମାନୀତି ଅତିଥି ଭାବେ ଶିବପ୍ରସାଦ ଯୋଶୀ ଓ ରାମ ସିଂ ଭୋଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗଦେଇଥିଲେ l

ଅନ୍ୟ ଅତିଥି ମଧ୍ୟରେ ସର୍ଗିବାହାଲ ଏସ.ଏମ.ସି ଚ୍ୟାରମେନ ଜୟନ୍ତୀ ଭୋଇ, ଶ୍ରୀଯୁକ୍ତ ଠାକୁର ପ୍ରସାଦ ପଣ୍ଡା ସମିତି ସଭ୍ୟ ସଂଘ ସଭାପତି, ସୁଶୀଲ କୁମାର ସିକ୍କା ସି,ଆର,ସି ସି ସର୍ଗିବାହାଲ କ୍ଲଷ୍ଟର, ସନ୍ଧ୍ୟାରାଣୀ ବରିହା ପ୍ରଧାନ ଶିକ୍ଷୟତ୍ରୀ ସର୍ଗିବାହାଲ ଯୋଗଦାନ କରିଥିଲେ l ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ l

କନସିହା ସିଆରସିସି ନେତ୍ରାନନ୍ଦ ସାହୁ ଓ ପଦ୍ମପୁର ସିଆରସିସି ସୁରେଶ ଚୌହାନ ମଞ୍ଚ ପରିଚାଳନା କରିଥିଲେ l ସମସ୍ତ ସିଆରସିସି ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ରେ ଛାତ୍ର/ଛାତ୍ରୀ, ଅଭିଭାବକ/ଅବିଭାବିକା ଯୋଗଦାନ କରିଥିଲେ l ଶେଷରେ ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ ଲାଭ କରିଥିବା ଛାତ୍ର/ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା l

