Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବ୍ଲକ ଶିକ୍ଷା କାର୍ଯ୍ୟଳୟରେ ନୂତନ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଯୋଗଦାନ ।

ବ୍ଲକ ଶିକ୍ଷା କାର୍ଯ୍ୟଳୟରେ ନୂତନ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଯୋଗଦାନ ।

ପଦ୍ମପୁର-ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷା କାର୍ଯ୍ୟଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ନିର୍ମଳ ବାଙ୍କଙ୍କ ଅବସର ଗ୍ରହଣ କଲା ପରେ ସେ ସ୍ଥାନଟି ଚାରିମାସ ଧରି ଖାଲିପଡ଼ିଥିଲା ଫଳରେ ଦୈନନ୍ଦିନ କାର୍ଯ୍ଯ ରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା।

ଆଜି ଡେପୁଟେଶନ ରେ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଲମ୍ବରଜୁନା ର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ପ୍ରଶାନ୍ତ ନାଏକ ଯୋଗଦାନ କରିଛନ୍ତି ତାଙ୍କୁ ବ୍ଲକ ଶିକ୍ଷା କାର୍ଯ୍ୟଳୟ ତରଫରୁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇ,ସହ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ରାମସିଂ ଭୋଇ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଫୁଲତୋଡା ଦେଇ ସ୍ଵାଗତ କରିଥିଲେ।

error: Content is protected !!