Thursday, November 28, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବ୍ଲକ କାର୍ଯ୍ଯାଳୟରେ ସତଲମା ଯୋନ ବସସେବା ଲୋକାର୍ପଣ ।

ବ୍ଲକ କାର୍ଯ୍ଯାଳୟରେ ସତଲମା ଯୋନ ବସସେବା ଲୋକାର୍ପଣ ।

ବରପାଲି – ବରପାଲି ଗୋଷ୍ଠି ଉନ୍ନୟନ କାର୍ଯ୍ଯାଳୟ ପରିସରରୁ ପଞ୍ଚାୟତ ବାସୀଙ୍କ ଯାତାୟତା ସହାୟତା ନିମନ୍ତେ ସତଲମା ଯୋନ ବସସେବା ଲୋକାର୍ପିତ ହୋଇଯାଇଛି। ରବିବାର ପୁର୍ବାହ୍ନରେ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁମନ୍ତ କୁମାର କୁମ୍ଭାରଙ୍କ ତତ୍ବାଧାନରେ କାର୍ଯ୍ଯକ୍ରମଟି ପରିଚାଳିତ ହୋଇଥିଲା। ମୂଖ୍ଯଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ଯା ସଂଯୁକ୍ତା ସାହୁ ପୁଜିର୍ଚ୍ଚନା ମାଧ୍ଯମରେ ବସସେବାକୁ ଲୋକାର୍ପିତ କରିଥିଲେ। ପୁର୍ବରୁ ଦୁଇଟି ପର୍ଯ୍ଯାୟରେ ଚାରୋଟି ବସ ୧୮ଟି ବିଭିନ୍ନ ପଞ୍ଚାୟତ ବାସୀଙ୍କ ସହାୟତା ପାଇଁ ବ୍ଲକ କାର୍ଯ୍ଯଳୟରୁ ଗଡିଥିଲା। ବର୍ତ୍ତମାନ ବଳକା ରହିଥିବା ପାଞ୍ଚଟି ପଞ୍ଚାୟତ ରେମତା,କାଇଁଶିର, ତୁଲଣ୍ତି,ପାଟକୁଲୁଣ୍ତା ଓ ସତଲମା ଜନ ସାଧାରଣଙ୍କ ଉଦେଶ୍ଯରେ ଲୋକାର୍ପଣ ଉତ୍ସବର ଆୟୋଜନ ହୋଇଥିଲା।

ବସଟି ସତଲମା ଯୋନ ଅଭିମୂଖେ ସାମିଲ ହୋଇଥିବା ଅତିଥି ମାନଙ୍କୁ ନେଇ ବାହାରିଥିଲା। ଉତ୍ତମ ପରିବହନ ସେବା ଯୋଗାଇଦେବା ଉଦେଶ୍ଯ ନେଇ ସେବାକାର୍ଯ୍ଯ ଆରମ୍ଭ ହୋଇଥିବା ବେଳେ ଜନମତ ଭିଭିକ ସରକାରଙ୍କ ଦୃଷ୍ଟିକୋଣ ଓ ସହଯୋଗ ବେଶ ସଫଳ ହୋଇପାରିଛି। ଯୋଜନାଟି ମିଶନ୍ ଶକ୍ତି ମା’ମାନଙ୍କ ଦ୍ବାରା ବସର ପରିଚାଳନା ଦାୟିତ୍ବ ପରିଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ପୁର୍ବତନ ସାଂସଦ ପ୍ରତିନିଧି ଧିରୋଜ ପଧାନ, ଲୁବୁରୁ ପଧାନ, ପଦ୍ମଲୋଚନ ସାହୁ ପ୍ରମୁଖ ଲୋକମତକୁ ଆଧାର କରି ମୂଖ୍ଯମନ୍ର୍ତୀଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବସଯୋଜନା ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ଼ କରିବାରେ ନିଶ୍ଡିତ ସହାୟକ ସାଜିବ ବୋଲି ମତପୋଷଣ କରିଥିଲେ।

error: Content is protected !!