ବରପାଲି – ବରପାଲି ବ୍ଲକ କଟାପାଲି ବିଶାଖା ଦାଶ ଉଚ୍ଚ ବିଦ୍ଯାଳୟ ପରିସରରେ ବ୍ଲକ ସ୍ତରିୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ବରପାଲି ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ସମ୍ମିଳନୀ ଆୟୋଜିତ ହୋଇଥିଲା।ପ୍ରଧାନ ଶିକ୍ଷକଙ୍କ ବ୍ଲକ ଅର୍ନ୍ତଗତ ସମସ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓଡିଶା ନିର୍ଦେଶ କ୍ରମେ ଆୟୋଜିତ ବୈଠକରେ ଶିକ୍ଷାପରିସର ରକ୍ଷଣାବେକ୍ଷଣ ବିଷୟ ସହ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ା ସମୀକ୍ଷା, ଉଚିତ ମାନସିକତା ସୃଷ୍ଟି, ରାଜ୍ୟ ସରକାରଙ୍କ ପ୍ରସ୍ତୁତ ଯୋଜନା ମାନ ପିଲାମାନଙ୍କ ଗ୍ରହଣଯୋଗ୍ୟ ସମ୍ବନ୍ଧିତ ସମୀକ୍ଷା କରାଯାଇଥିଲା। ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ମାହାରଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା | ସମ୍ମାନିତ ଅତିଥି ଭାବରେ ବରପାଲି ବାଳିକା ହାଇସ୍କୁଲ ପ୍ରଧାନଶିକ୍ଷକ ନାରାୟଣ ଭୁଏ ଏବଂ ଆଗଲପୁର ହାଇସ୍କୁଲ ପ୍ରଧାନଶିକ୍ଷକ ଅଶୋକ କୁମାର ପଣ୍ତା,ଏନଏସି ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋଜ କୁମାର ବାରିକ ପ୍ରମୁଖ ଯୋଗ ଦେଇଥିଲେ |
ବିଶାଖା ଦାଶ ହାଇସ୍କୁଲ ପ୍ରଧାନଶିକ୍ଷକ ଅଶୋକ ଭୋଇଙ୍କ ଅଧ୍ଯକ୍ଷତାରେ କାର୍ଯ୍ଯକ୍ରମଟି ପରିଚାଳିତ ହୋଇଥିଲା। ପ୍ରତିମାସ ବ୍ଲକର ଭିନ୍ନ ଭିନ୍ନ ବିଦ୍ୟାଳୟ ମାନଙ୍କରେ ବୈଠକ ମାନ ଆଯୋଜନ ସମ୍ବନ୍ଧରେ ସିଦ୍ଧାନ୍ତ ନିଆଯାଇଥିଲା। ବୈଠକରେ ବ୍ଲକର ସମସ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ଭାଗ ନେଇଥିଲେ । ସଭାରେ ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରି, ବିଜ୍ଞାନ ପରୀକ୍ଷାଗାର, ପାନୀୟଜଳ, ଶୌଚାଳୟ ସହ ଅନ୍ଯାନ୍ଯ ବିଦ୍ୟାଳୟ ସ୍ତରିୟ ପ୍ରଯୁର୍ଯ୍ଯ ବିଷୟ ସମ୍ପର୍କରେ ଆଲୋଚନା ମାନ ହୋଇଥିଲା।