Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ।

ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ।

ବରପାଲି-ବରପାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ବରପାଲି ମୁକୁନ୍ଦ ମାହାରାଙ୍କ ସଭାପତିତ୍ୱରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ବରଗଡ ଓ ସମ୍ମାନିତ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ.ସୁରେନ୍ଦ୍ର ସାହୁ ବରଗଡଙ୍କ ଯୋଗଦାନ ଓ ଶୁଭେଚ୍ଛା ଉଦଘାଟନୀ ସଭାକୁ ଶୋଭା ମଣ୍ଡିତ କରିଥିଲା।

ଉକ୍ତ ସଭାକୁ ସୁଚାରୁରୂପେ ପରିଚାଳିତ କରିବା ପାଇଁ ବ୍ଲକ ବି.ଆର.ସି ଦୁର୍ଯୋଧନ ସିଂଙ୍କ ତତ୍ୱାବଧାନରେ ସମସ୍ତ ସି.ଆର.ସି.ସି ଓ ବି. ଆର.ଟି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସମାରୋହରେ ବ୍ଲକର ୪୦୦ ଜଣ ଛାତ୍ର ଛାତ୍ରୀ ଓ ୨୦୦ଜଣ ଗାଇଡ଼ ଶିକ୍ଷକ ଯୋଗଦାନ କରିଥିଲେ। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ନାରାୟଣ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!