Friday, April 18, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବ୍ଲକସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ ।

ବ୍ଲକସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ ।

ପଦ୍ମପୁର-ପାଇକମାଲ ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ପାଇଁ ପ୍ରସ୍ତୁତି ବୈଠକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଲଖମରା ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ରାଜବୋଡ଼ାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଜନକ ଲାଲ ମେହେର,ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କଳ୍ପନା ସାହୁ,ପାଇକମାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦ୍ୱାଦଶ ପ୍ରଧାନ

ବରିଷ୍ଠ ଶିକ୍ଷାବିତ ମଧୁସୂଦନ ଦାସ,ମୋ ସ୍କୁଲ ସଭାପତି ରମାକାନ୍ତ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତ୍ରିବିକ୍ରମ ନାୟକ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧଳେନ୍ଦ୍ର କୁମାର ବାରିକ ଓ ବିଜ୍ଞାନ ଫୋରମ ସମ୍ପାଦକ ଭବାନୀ ଶଙ୍କର ଭୋଇ, ଅବସର ପ୍ରାପ୍ତ ଶିକ୍ଷକ ସୀତାନାଥ ସାହୁ ଅତିଥି ରୂପେ ଯୋଗଦେଇ ଥିଲେ ।

ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗଣ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷର ବ୍ଲକସ୍ତରୀୟ ବିଜ୍ଞାନ ମେଳା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଲଖମରା ଠାରେ ନଭେମ୍ବର ୨୧ ତାରିଖରେ ଅନୁଷ୍ଠିତ ହେବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହେଲା । ଏହି ଅବସରରେ ବିଭିନ୍ନ କମିଟି ଗଠନ କରି ଦାୟିତ୍ୱ ବଣ୍ଟନ କରାଯାଇଥିଲା l

ପିଲାମାନଙ୍କ ବୈଜ୍ଞାନିକ ଚିନ୍ତନ ର ବୃଦ୍ଧି ଏବଂ ବିଜ୍ଞାନ ମାନଯୋଗୀ କରିବା ନିହିତ ଉଦେଶ୍ୟକୁ ସାଧିତ କରିବାକୁ କାର୍ଯ୍ୟକ୍ରମର ସଫଳ ରୁପାୟନ ନିମନ୍ତେ ଲଖମରା ଗ୍ରାମବାସୀ ଙ୍କ ତରଫରୁ ଶିକ୍ଷା ପ୍ରେମୀ ପ୍ରଭାତ ସାହୁ ପାଇଁ ସବୁ ପ୍ରକାର ସହଯୋଗ କରିବାକୁ ଘୋଷଣା କରିଥିଲେ । ସଭାକାର୍ଯ୍ୟକୁ ଶିକ୍ଷକ ବ୍ରଜକିଶୋର ଭୀଲ ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ କାନ୍ତି ଲୁହାର ଧନ୍ୟବାଦ ଅର୍ପଣ କରିଥିଲେ l

error: Content is protected !!