Thursday, November 21, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବ୍ରଜେଶ୍ବରୀଙ୍କ ବାର୍ଷିକ ସ୍ନାନତ୍ସବ ।

ବ୍ରଜେଶ୍ବରୀଙ୍କ ବାର୍ଷିକ ସ୍ନାନତ୍ସବ ।

ବରପାଲି-ବରପାଲି ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ବ୍ରଜେଶ୍ବରୀ ଦେବୀଙ୍କ ବାର୍ଷିକ ସ୍ନାନ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି। ଶୁକ୍ରବାର କଳାଗ୍ରାମରେ ପୃଥକପୃଥକ ଦୁଇଟି ସ୍ଥାନରେ ରୌପ୍ଯ ନିର୍ମିତ ଶ୍ରୀକୃଷ୍ଣଙ୍କ ମୟୁର ଚଂଦ୍ରିକା ରୂପକ ଦେବୀଙ୍କ ବାଙ୍କଚୁଳ ଆସ୍ଥାନ। ପଣ୍ତିତ ମାନଙ୍କ ଦ୍ବାରା ନିତି ପ୍ରଥା ଅନୁକରଣରେ ଉତ୍ସବ ପାଳିତ ହୋଇଥିଲା। ଏହି ଅବସରରେ ରାଜନେତାଙ୍କ ସମେତ ଜନ ପ୍ରତିନିଧି, କଳାପ୍ରେମୀ,ମାନଶିକଧାରୀ ଭକ୍ତ ମଣ୍ତଳିଙ୍କ ଦିନ ତମାମ ଭିଡ ଲାଗି ରହିଥିଲା। ବ୍ରଜେଶ୍ବରୀ ନୃତ୍ୟକଳା ପରିଷଦ ପ୍ରାଙ୍ଗଣ ମନ୍ଦିରରେ ତ୍ରିଦିବସିୟ ଭାବରେ ପାଳିତ ହୋଇଥିଲା। ପଣ୍ତିତ କୁନା ପୂଜାରୀଙ୍କ ସହଯୋଗରେ ପୂଜାର୍ଚ୍ଚନା ନିତିକାନ୍ତି ପାଳିତ ହୋଇଥିଲା।

ସେହିପରି ଠୁନଠୁନିଆ ପଡା ବ୍ରଜେଶ୍ବରୀ ନାଟ୍ୟ କଳାସଂସଦ ପରିସରରେ ପଣ୍ତିତ ଆର୍ତ୍ତତ୍ରାଣ ପଣ୍ତାଙ୍କ ଦ୍ବାରା ପୂଜାନିତି ପାଳିତ ହୋଇଥିଲା। ସଂକିର୍ତ୍ତନ ବାଜାଗାଜା ସହ ଦେବୀଙ୍କ ଶୋଭାଯାତ୍ରା ପରିକ୍ରମା ମାଧ୍ଯମରେ ମଣ୍ତପରେ ପହଞ୍ଚିଲା ପରେ ପ୍ରଥା ଅନୁଯାୟୀ ସ୍ଥାପନ କରାଯାଇଥିଲା। ସେହିପରି ସତଲମା,କନବାର,ବଡଗାଁ, କାଁଇଶିର ପ୍ରଭୁତି ଗ୍ରାମରେ ଦେବୀଙ୍କ ସ୍ନାନତ୍ସବ ପାଳିତ ହୋଇଥିଲା। ରାତ୍ର ସମୟରେ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ଯକ୍ରମ ମାନ ମଞ୍ଚସ୍ଥ ହୋଇଥିଲା।

error: Content is protected !!