Tuesday, June 17, 2025
spot_imgspot_imgspot_img
Homeରାଜ୍ୟବ୍ରଜପାତରେ ମୃତ ବଳଦେବଙ୍କ ଘରେ ପହଞ୍ଚିଲା ପାଇକମାଲ ପ୍ରଶାସନ।

ବ୍ରଜପାତରେ ମୃତ ବଳଦେବଙ୍କ ଘରେ ପହଞ୍ଚିଲା ପାଇକମାଲ ପ୍ରଶାସନ।

ପାଇକମାଳ – ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ପଞ୍ଚାୟତ ବାରପଲିଆରେ ରବିବାର ବ୍ରଜପାତରେ ବଳଦେବ ମାଝୀଙ୍କ ମୃତ୍ୟୁ ହୋଇଥିବାବେଳେ ଧନସିଂ ଛତ୍ରିଆ ଓ ବୈକୁଣ୍ଠ ଛତ୍ରିଆ ଆହତ ହୋଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ସୋମବାର ବଳଦେବର ଶବ ବ୍ୟବଚ୍ଛେଦ ପରେ ନିଜ ଗାଁ ବାରପଲିଆକୁ ଅଣାଯାଇ ଶବ ସତ୍କାର କରାଯାଇଥିଲା । ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏ ଖବର ଜାଣିବା ପରେ ପ୍ରଶାସନ ମୃତ ପରିବାରକୁ ଭେଟିଛନ୍ତି। ପ୍ରାଶାସନିକ ଅଧିକାରୀ ମଧ୍ୟରେ ଛିନ୍ଦେଇକେଲା ଆର.ଆଇ ଅନିତା ପ୍ରଧାନ ଓ ଅମିନ କୃଷ୍ଣ ମହାନନ୍ଦିଆ ଘରକୁ ପହଞ୍ଚି ତଦନ୍ତ କରି ରିପୋର୍ଟକୁ ପାଇକମାଳ ତହସିଲଦାର ସିନ୍ଧୁସୂତା ପାତ୍ରଙ୍କୁ ପ୍ରଦାନ କରିଛନ୍ତି ।

ସେହିପରି ବ୍ଳକ ପ୍ରାଶାସନିକ ଅଧିକାରୀ ଭାବରେ ପାଇକମାଳ ବିଡ଼ିଓ ପ୍ରଫୁଲ କୁମାର ଓଦୁ,ଛିନ୍ଦେଇକେଲା ପି.ଇ.ଓ ରାମଦାସ ମହାନନ୍ଦ, ପାଇକମାଳ ପି.ଇ.ଓ ଜାମେବତୀ ମାଝୀ ଓ କେଛୋଦାଦର ପି.ଇ.ଓ ହେମରାଜ ସାହୁ ମୃତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ବିଡିଓ ମୃତ ବଳଦେବଙ୍କ ସ୍ତ୍ରୀଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ତିନି ହଜାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମୃତ ସ୍ତ୍ରୀଙ୍କୁ ବିଧବା ଭତ୍ତା ଓ ଅନ୍ତୋଦେୟ ଗୃହ, ଜାତୀୟ ପରିବାର ସୁମଙ୍ଗଳ ଯୋଜନାରେ କୋଡ଼ିଏ ହଜାର ଟଙ୍କା ଖୁବ ଶୀଘ୍ର ଯୋଗାଇ ଦିଆଯିବା ସହିତ ବ୍ରଜପାତରେ ମୃତ ଆର୍ଥିକ ସହାୟତା ରାଶି ଶୀଘ୍ର ଯୋଗାଇଦେବାକୁ ବିଡ଼ିଓ ପ୍ରତିଶୃତି ଦେଇଛନ୍ତି।

ବଳଦେବ ତାଙ୍କ ପରିବାର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ସ୍ତ୍ରୀ ସମେତ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପୁଅ ଜଣେ ଦିବ୍ୟାଙ୍ଗ । ସୂଚନାଯୋଗ୍ୟ, ରବିବାର ଅପରାହ୍ନ ୩ଟାରେ ବଳଦେବ ମାଝୀ, ଧନସିଂ ଛତ୍ରିଆ ଓ ବୈକୁଣ୍ଠ ଛତ୍ରିଆ ଘର ତିଆରି କରିବା ପାଇଁ ନିଜ କ୍ଷେତ୍ରକୁ ଟ୍ରାକ୍ଟର ଯୋଗେ ଯାଇଥିଲେ । ଇଟା ଗୋଟାଉ ଥିବା ସମୟରେ ବର୍ଷା ହେଉଥିବା ସମୟରେ ନିକଟସ୍ଥ ବରଗଛ ମୂଳରେ ଆଶ୍ରୟ ନେଉଥିବା ସମୟରେ ବଜ୍ରପାତରେ ଯୋଗୁଁ ତିନି ଜଣ ଅଚେତ ହୋଇପଡିଥିଲେ। ପରିବାର ଲୋକେ ଜାଣି ଆମ୍ବୁଲାନ୍ସ ଯୋଗେ ନୂଆପଡ଼ା ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ବଳଦେବ ମାଝୀ ମୃତ ଘୋଷଣା କରିଥିଲେ ଓ ଆହତ ଧନସିଂ ଓ ବୈକୁଣ୍ଠକୁ ଚିକିତ୍ସା କରାଯାଇଥିଲା । ରୋଜଗାରକ୍ଷମ ମୃତ ବଳଦେବଙ୍କୁ ହରାଇଥିବାରୁ ପରିବାରବର୍ଗ ଭାଙ୍ଗି ପଡିଛନ୍ତି। ଶିଘ୍ର ପରିବାରବର୍ଗ ସହକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

error: Content is protected !!