Monday, May 19, 2025
spot_imgspot_imgspot_img
Homeରାଜ୍ୟବ୍ରଜପାତରେ ମୃତ୍ୟୁବରଣ କରିଥିବା ପିଲାର ପରିବାରକୁ ଭେଟିଲେ ପାଇକମାଳ ଆଦିବାସୀ ଅନୁସୂଚିତ ଜାତି ଓ ଉପଜାତି...

ବ୍ରଜପାତରେ ମୃତ୍ୟୁବରଣ କରିଥିବା ପିଲାର ପରିବାରକୁ ଭେଟିଲେ ପାଇକମାଳ ଆଦିବାସୀ ଅନୁସୂଚିତ ଜାତି ଓ ଉପଜାତି କର୍ମଚାରୀ ସଂଘ ।

ପାଇକମାଳ-ପାଇକମାଳ ବ୍ଳକ ବରତୁଣ୍ଡା ପଞ୍ଚାୟତ ପୁରେନା ଗାଁରେ ଗୁରୁବାର ଘଟିଥିବା ବ୍ରଜପାତରେ ଜଣେ ନାବାଳକ ରଞ୍ଜିତ ଧରୁଆ (୮) ମୃତ୍ୟୁ ହୋଇଥିବାବେଳେ ସୋନୁ ଓରଫ ପଙ୍କଜ ଡନସନା (୧୧) ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଶୁକ୍ରବାର ପାଇକମାଳ ବିଇଓ ପହଞ୍ଚି ପରିବାର ବର୍ଗକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଓ ଜାମସେଠ ଆରଆଇ ମଧ୍ୟ ତାଙ୍କ ପରିବାରକୁ ଭେଟି ତହସିଲଦାରଙ୍କୁ ରିପୋର୍ଟ ଦେଇଛନ୍ତି।

ଏନେଇ ପାଇକମାଳ ଆଦିବାସୀ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଂଘ ପରିବାର ବର୍ଗ ଭେଟି ସମବେଦନା ଜଣାଇ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ସଂଘ ସମ୍ପାଦକ ନିଧି ମେହେର, ଉପଦେଷ୍ଟା ରାଧେଶ୍ୟାମ ମେହେର, ନିଯୁକ୍ତି ସମ୍ପାଦକ ସନ୍ତୋଷ ମେହେର, କୋଷାଧ୍ୟକ୍ଷ ସୁଜାତା ଧରୁଆ, ସଭ୍ୟ ବଜରଙ୍ଗ ବାରିକ, ପୁଷ୍ପାଞ୍ଜଳି ରାଉତ, ସହଦେବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ପରିବାରବର୍ଗ ଶିଘ୍ର ସରକାରୀ ସହାୟତା ଯୋଗାଇଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି।

error: Content is protected !!