Thursday, February 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବୌଦ୍ଧ ବୁଣାକାର ହାଟ ପରିଦର୍ଶନ କଲେ ଉପ-ଜିଲ୍ଲାପାଳ ପ୍ରବୀଣ କୁମାର ବଣୁଆ ।

ବୌଦ୍ଧ ବୁଣାକାର ହାଟ ପରିଦର୍ଶନ କଲେ ଉପ-ଜିଲ୍ଲାପାଳ ପ୍ରବୀଣ କୁମାର ବଣୁଆ ।

ବୌଦ୍ଧ-ରବିବାର ଦିନ ବୌଦ୍ଧ ନିୟନ୍ତ୍ରିତ ବଜାର କମିଟିର ଆଦର୍ଶ କୃଷି ବଜାର ପରିସରରେ ଚାଲିଥିବା ସାପ୍ତାହିକ ବୁଣାକାର ହାଟକୁ ପରିଦର୍ଶନ କରିଛନ୍ତି ଉପ- ଜିଲ୍ଲାପାଳ ତଥା ବୌଦ୍ଧ ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରବୀଣ କୁମାର ବଣୁଆ । ଶ୍ରୀ ବଣୁଆ ବୌଦ୍ଧ ତଥା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବୁଣାକାର ମାନଙ୍କ ଦ୍ବାରା ହସ୍ତ ତନ୍ତରେ ବୟନ ହୋଇଥିବା ସୁତା ଶାଢୀ, ପାଟଶାଢ଼ୀ ର ବଜାରକୁ ବୁଲି ଦେଖିଥିଲେ । ଏଥି ସହିତ ବଜାରକୁ ବିକ୍ରୟ ପାଇଁ ଲୁଗା ଆଣିଥିବା ବୁଣାକାର ଓ ଗ୍ରାହକ ମାନଙ୍କ ସହ ଆଲୋଚନା କରିଥିଲେ ।ଆଜି ବୁଣାକାର ହାଟରେ ଉଭୟ କ୍ରେତା ଏବଂ ବିକ୍ରେତା ଙ୍କ ଭିଡ଼ ଦେଖି ଖୁସି ବ୍ୟକ୍ତ କରିଥିଲେ ।

ସେହିପରି ହାଟ ପରିସରରେ ଚାଲିଥିବା ମିଶନ୍ ଶକ୍ତି କାଫେକୁ ମଧ୍ୟ ପରିଦର୍ଶନ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ର ସଦସ୍ୟାଙ୍କ ସହ କାଫେର ସ୍ୱଚ୍ଛତା, ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟବସାୟ, ସେଥି ରୁ ମିଳୁଥିବା ଲାଭ ଆଦି ସମ୍ପର୍କ ରେ ବାର୍ତ୍ତାଳାପ କରିଥିଲେ । ଉପ- ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ସେକ୍ରେଟେରୀ, ଆର ଏମ ସି, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଙ୍କ ସମେତ ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

error: Content is protected !!