ବୌଦ୍ଧ-ବୌଦ୍ଧ ବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ନାରାୟଣନଗର ଠାରେ ବିଧାନସଭାର ଶାସକ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କୁ ସ୍ଥାନୀୟ ଲୋକେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ | ଆଜି ଶ୍ରୀ ପ୍ରଧାନ ପ୍ରଥମେ ମୃଶୁଣ୍ଢୀ ପଞ୍ଚାୟତ କାର୍ଯ୍ୟାଳୟକୁ ପରିଦର୍ଶନରେ ଯାଇଥିବା ବେଳେ ପଞ୍ଚାୟତର ସରପଞ୍ଚ ସମେତ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ | ପରେ ବଢ଼ିଗାଁ ପଂଚାୟତ, ଖୁଣ୍ଟବନ୍ଧ, ତେଲିବନ୍ଧ ପଂଚାୟତ ଠାରେ ଏଠାରେ ମୁଖ୍ୟ ସଚେତକ ଶ୍ରୀ ପ୍ରଧାନଙ୍କ ସମେତ ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଓ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ l
ଏହା ପରେ ସନ୍ଧ୍ୟାରେ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଶ୍ରୀ ରାମ ଓ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର କମିଟିର ସଭାପତି ରାଜେନ୍ଦ୍ର କୁମାର ମେହେରଙ୍କ ସଂଯୋଜନାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ସାମ୍ବାଦିକ ନବକିଶୋର ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏଥିରେ ବୌଦ୍ଧ ବିଧାୟକ ମୁଖ୍ୟ ଅତିଥି, ପଂଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, କାର୍ଡ ସମ୍ପାଦକ ଧର୍ମୁଧର ପୋଢ଼, ସମାଜସେବୀ ବିଷିକେଶନ ପ୍ରଧାନ, ଲକ୍ଷ୍ମୀପ୍ରସାଦ ସମିତି ସଭ୍ୟ ପିଣ୍ଟୁ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ ବିଧାୟକ ନାରାୟଣନଗର ଠାରେ ନିର୍ମିତ ହେଉଥିବା ଶ୍ରୀରାମ ଓ ଜଗନ୍ନାଥ ମନ୍ଦିରର ଅସମ୍ପୂର୍ଣ୍ଣ ହେଉଥିବା ମନ୍ଦିରକୁ ତୁରନ୍ତ ସମ୍ପୂର୍ଣ କରାଯାଇ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ l ଏହା ସହ ପଦ୍ମନପୁର ପଂଚାୟତ ଠାରେ ମଧ୍ୟ ବିଧାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା l