
ବୌଦ୍ଧ-ବୌଦ୍ଧ ବ୍ଲକ ତେତେଲେଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ତଥା ପଲ୍ଲବ ୩ ଉତ୍ସବ ଶନିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଂଗୀତ ଗାନ କରିଥିଲେ l ବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ବିଭୁତିଭୂଷଣ ନାୟକ, ମୁଖ୍ୟବକ୍ତା ଭାବେ ପୁରୁଣାକଟକ ଭୈରବୀ ଡିଗ୍ରୀ କଲେଜର ଅଧ୍ୟକ୍ଷ ଲଳିତ କୁମାର ମେହେର, ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଡ଼ିଓ ଯୁଗଳ ବିଶ୍ୱାଳ, ବୌଦ୍ଧ ଜିଲ୍ଲା ଶିକ୍ଷl ଅଧିକାରୀ ଟେମଲାଲ ଦୁବେ, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ଅଭିଭାବକ ସ୍ୱାଧୀନ ବିଶ୍ୱାଳ ମଞ୍ଚାସିନ ଥିଲେ |

ଶିକ୍ଷୟତ୍ରୀ ନିହାରବାଳା ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଜେନି ସାହୁ ଅତିଥି ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ ରାଜ କିଶୋର ପୃଷ୍ଟି ବାର୍ଷିକ ବିବରଣୀ ପାଠ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l କୁମାରୀ ସୌଦାମିନୀ,ମନୋଜ କୁମାର ବେହେରା, ଘନଶ୍ୟାମ ସାହୁ, ବିମଳ ମଲ୍ଲିକ,ଦିଲ୍ଲୀପ ନାଗ, ସୁବ୍ରତ ନାୟକ, ସତ୍ୟନାରାୟଣ ବରିହା,ସୋନାଲିକା ଦାସ,ବାଳ ଗୋପାଳ ନାଗ, ହିମାଂଶୁ ଶେଖର ମାଝୀ, ସନ୍ତୋଷ ସେଠ,ଆଲୋକ କୁମାର ମିଶ୍ର, ମାନେଶ କୁମାର ପ୍ରଧାନ, ମନୋଜ କୁମାର ପ୍ରଧାନ, ଲିପ୍ସା ପ୍ରଧାନ, ଲିପିକା ସାହୁ, ସରତ କୁମାର ପ୍ରଧାନ, ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l



