Saturday, March 7, 2026
Homeରାଜ୍ୟବୌଦ୍ଧର ଡେପୁଟି କଲେକ୍ଟରଙ୍କୁ ବିଦାୟ ସମ୍ବର୍ଦ୍ଧନା ।

ବୌଦ୍ଧର ଡେପୁଟି କଲେକ୍ଟରଙ୍କୁ ବିଦାୟ ସମ୍ବର୍ଦ୍ଧନା ।

ବୌଦ୍ଧ – ବୌଦ୍ଧ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ବିଜୟ କୁମାର ସେଠୀଙ୍କ ଖୋର୍ଦ୍ଧାର ବୋଲଗଡକୁ ତହସିଲଦାର ଭାବରେ ବଦଳି ହୋଇଥିବାବେଳେ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ଜିଲାପାଳଙ୍କ ସଦଭାବନା ସଭାଗୃହରେ ଜିଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ସଭାରେ ଶ୍ରୀସେଠୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଅଧିକାରୀମାନେ ପ୍ରଶଂସା କରିବା ସହିତ ଜିଲାରେ ତାଙ୍କର ସ୍ୱଳ୍ପ ଦିନର କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣା ଦାୟୀ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ ।

ସେ ଏହା ପୂର୍ବରୁ ଫୁଲବାଣୀ ଜ଼ିଲ୍ଲା ବାଲିଗୁଡା ରେ ତହସିଲଦାର ଭାବେ ନିଯୁକ୍ତି ପାଇବା ପରେ ସେଠାରେ ଭଲ କାମ କରିବା ସହ ଗରୀବ, ଦୁଃଖୀ ଲୋକଙ୍କ ପାଇଁ କାମ କରିଥିଲେ l ଏଣୁ ବୋଲଗଡ଼ ତହସିଲଦାର ଭାବେ କାର୍ଯ୍ୟ ଗ୍ରହଣ ପରେ ସେଭଳି ଭଲ କାମ ଜାରି ରଖିବା ପାଇଁ ଜ଼ିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ lସଭା ପ୍ରାରମ୍ଭରେ ଜିଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟର ବୈଷୟିକ ପରାମର୍ଶଦାତା ଚିତରଂଜନ ଶାସମଲଙ୍କ ହୃଦଘାତରେ ଅକାଳ ବିୟୋଗ ଘଟିଥିବାରୁ ତାଙ୍କର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

ଏହି ଅବସରରେ ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପଧାନ,ଉପଜିଲାପାଳ ପ୍ରବୀଣ କୁମାର ବାଣୁ ଆ,ବୌଦ୍ଧ ତହସିଲଦାର ଲଗ୍ନଜିତ ବେହେରା,ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର,ସହକାରୀ ଜିଲ୍ଲା ପାଳ,ସେକ୍ସନ ଅଫିସର, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

error: Content is protected !!