ବୌଦ୍ଧ-ବୌଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ , ସମଗ୍ର ଶିକ୍ଷା ଏବଂ ଜାତୀୟ ସ୍ଵାସ୍ଥ୍ୟ ମିଶନର ମିଳିତ ଆନୁକଲ୍ୟରେ ଟାଉନ ହଲ ଠାରେ ଜାତୀୟ ବାଳିକା ଦିବସ-୨୦୨୫ ପାଳିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ବୌଦ୍ଧ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଓଡ଼ିଶା ସରକାର ଶ୍ରୀଯୁକ୍ତ ସରୋଜ ପ୍ରଧାନ ଯୋଗଦେଇ ବାଳିକା ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିବା ସହ ମାତୃ ମୃତ୍ୟୁ ହାର , ଶିଶୁ ମୃତ୍ୟୁ ହାର,କୁପୋଷଣ ,ଘରୋଇ ହିଂସାକୁ ନିୟନ୍ତ୍ରଣ କରିବା, ବାଲ୍ୟ ବିବାହ ରୋକିବା ତଥା ପୁଅ ଏବଂ ଝିଅ ମାନଙ୍କ ମଧ୍ୟରେ ତାରତମ୍ୟ ରୋକିବାକୁ ଆହ୍ଵାନ କରିଥଲେ ।
ଜିଲ୍ଲାରୁ ବାଲ୍ୟ ବିବାହ ପରି କୁପ୍ରଥା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଜିଲ୍ଲାରେ କାର୍ଯ୍ୟକାରି ହେଉଥିବା ବେଟୀ ବଚାଓ ବେଟୀ ପଢାଓ, ଯଶୋଦା ଯୋଜନା , ସୁଦକ୍ଷ। ଯୋଜନା ମାଧମରେ କୌଶଳ ଭୀତ୍ତିକ ଶିକ୍ଷା ଗ୍ରହଣ କରିବା ତଥା ରାଷ୍ଟ୍ରୀୟ କିଶୋର ସ୍ଵାସ୍ଥ୍ୟ ଯୋଜନା ସହ ବାଳିକା ଶିକ୍ଷା କୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ଙ୍କୁ ଆହ୍ଵାନ କରିଥଲେ ତତ୍ ସହିତ କୌଣସି ଶିଶୁକୁ ଅସହାୟ ଅବସ୍ଥାରେ ଦେଖିଲେ, ଶିଶୁ ଚାଳଣ ହେବାର ସୂଚନା ପାଇଲେ ଚାଇଲଡ ହେଲ୍ପ ଲାଇନ – ୧୦୯୮ ମାଧ୍ୟମରେ ଜିଲ୍ଲା ପ୍ରଶାସନ କୁ ସୂଚନା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ।
ଶିଶୁଙ୍କ ପ୍ରତି ହେଉଥିବା ହିଂସା କୁ ନିୟନ୍ତ୍ରଣ କରିବା, ପୋଷଣ, ସ୍ଵାସ୍ଥ୍ୟ ଓ ସୁରକ୍ଷା ପାଇଁ ଶୂନ୍ୟ ଶହନ ଶିଳତା ନୀତି ଅବଲମ୍ବନ କରିବା ପାଇଁ ସମସ୍ତ ଙ୍କୁ ନିବେଦନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ ଯୋଗଦେଇ ଶିଶୁ ମାନଙ୍କୁ ଭଲରେ ପାଢ ପଢିବା ସହ କଠିଣ ପରିଶ୍ରମ କଲେ ନିଜର ଲକ୍ଷ ସ୍ଥଳରେ ପହଚିଂ ପାରିବ ବୋଲି କହିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଉପ-ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ଯୋଗଦେଇ ଝିଅ ମାନଙ୍କୁ ପୁଅ ମାନଙ୍କ ପରି ସମାନ ସୁବିଧା ଦିଆଗଲେ ସେମାନେ ମଧ୍ୟ ସମସ୍ତ କ୍ଷେତ୍ର ରେ ପାରିଦର୍ଶିତା ଲାଭ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ ।
ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଶିଶୁ ମାନଙ୍କୁ ଉତ୍ତମ ଶିକ୍ଷା ଯୋଗାଇଦେବା ସହ ସମସ୍ତ କାର୍ଯ୍ୟ ରେ ଅଂଶ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାହୁଲ ପ୍ରଧାନ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ କାର୍ଯ୍ୟ ପରିଚାଳନା କରିଥିଲେ । ଜାତୀୟ ସ୍ଵାସ୍ଥ୍ୟ ମିଶନ ର ଜିଲ୍ଲା ପ୍ରୋଗ୍ରାମ୍ ମେନେଜର୍ ଶ୍ରୀଯୁକ୍ତ ରୂପକ ମହାପାତ୍ର ବାଳିକା ମାନଙ୍କର ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନରେ ସହଯୋଗ କରିଥିଲେ । ଜିଲ୍ଲା ସ୍ତରୀୟ ବାଳିକା ଦିବସ-୨୦୨୫ ଅବସରେ ବାଳିକା ମାନଙ୍କ ମଧ୍ୟରେ ଫୁଟବଲ୍ ପ୍ରତିଯୋଗିତା ବୌଦ୍ଧ, ହରଭଙ୍ଗା ଏବଂ କଣ୍ଟାମାଳ ଦ୍ୱାରା ଅୟୋଜିତ ହୋଇଥିବା ବେଳେ ଭଲିବଲ୍ ପ୍ରତିଯୋଗିତା , ପୁଚି, ଦଉଡି ଡିଆଁ, ସନ୍ତରଣ, ସ୍ଲୋଗାନ ଲିଖନ, ଚିତ୍ରାଙ୍କନ ପ୍ରତିଯୋଗିତା, ଗ୍ରୁପ୍ ଡ୍ୟାନ୍ସର ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ସୁରକ୍ଷା ଅଧିକାରୀ ଶ୍ରୀ ସୁଶାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ, ସମଗ୍ର ଶିକ୍ଷା ବିଭାଗର ଜେଣ୍ଡର୍ କୋଡିନେଟର୍ ରାଜଲକ୍ଷ୍ମୀ ପଣ୍ଡା , ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ରାଜେନ୍ଦ୍ର ମଲିକ , ସହଦେବ ନାୟକ, ବସନ୍ତ ଦିଶିରି , ଧନଞ୍ଜୟ ଖମାରି, ଚିତ୍ରସେନ ସାହୁ , ଜ୍ୟୋତି ପ୍ରକାଶ ପଧାନ , ସତ୍ୟ ନାୟକ, ମୃତ୍ୟୁଞ୍ଜୟ ଭୁଜବଳ , ରଞ୍ଜିତ ସାହୁ, ବିନୋଦ ସାହୁ, ଶୁଭ୍ରକାନ୍ତ ମେହେର, ସହକାରୀ ଜିଲ୍ଲାପାଳ ସୁଦାମ କୁମାର ସ୍ଵାଇଁ, ବାଲ୍ୟ ବିବାହ ନିଷେଦ୍ଧ ପରାମର୍ଶ ଦାତ୍ରୀ ପ୍ରବିଜ୍ଞା ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲୋଚନ ପୃଷ୍ଟି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ସିଡ଼ିପିଓ ବୌଦ୍ଧ ଏବଂ ସୁପରଭାଇଜର ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।