ବ୍ଳାଷ୍ଟିଙ୍ଗ ହେଉଛି ପଥର ଖଣି ଧ୍ୱନୀ କମ୍ପୁଛି ସାରା ଅଞ୍ଚଳ ।
ଟ୍ରାକ୍ଟର ବଦଳେ ଚେନ୍ ମେସ୍ସିନ ରେ ବ୍ଳାଷ୍ଟିଙ୍ଗ କରୁଛି ମାଫିଆ।
ନୀରବଦ୍ରଷ୍ଟା ଖଣି ବିଭାଗ ଓ ତହସିଲ କର୍ତ୍ତୃପକ୍ଷ !
କଣ୍ଟାବାଞ୍ଜି-ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ରହିଛି ବଣ ପାହାଡ ରେ ଘେରା ଛତଦାଣ୍ଡି ସଂରକ୍ଷିତ ଜଙ୍ଗଲ। ପାହାଡ ଉପରେ ରଛିକି ଏକ ଝରଣା ବୋହି ଆସୁଛି ପ୍ରକୃତି ସୌଦର୍ଯ୍ୟ ତଳେ ରହିଛି ଏକ ଡେମ ତାର ପ୍ରକୃତି କୁ ଉପଭୋଗ କରିବାକୁ ପ୍ରତୋକ ଦିନ ଛତଦାଣ୍ଡି ସଂରକ୍ଷିତ ଜଙ୍ଗଲ ର ଛତରଙ୍ଗ ଡେମ୍ କୁ ପର୍ଯ୍ୟଟକ ଙ୍କ ସୁଅ ଛୁଟୁଛି। ବର୍ତ୍ତମାନ ସରକାର ତାହାକୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦେବାକୁ ଅଞ୍ଚଳ ବାସୀ ଦାବୀ କରୁଥିବା ବେଳେ ସେହି ବଣ ପାହାଡ ଘେରା ଛତଦାଣ୍ଡି ସଂରକ୍ଷିତ ଜଙ୍ଗଲ ପାହାଡ ଉପରେ ପଡିଛି ପଥର ମାଫିଆ ଙ୍କ ନଜର। ଛତଦାଣ୍ଡି ସଂରକ୍ଷିତ ବଣ ପାହାଡ ତଳେ ଦୁଇ ପଥର ମାଫିଆ କର୍ସର ସ୍ଥାପନ କରି ବେଧଡ଼କ ଭାବେ ବର୍ଷ ବର୍ଷ ଧରି ବେଆଇନ ପଥର ବ୍ଳାଷ୍ଟିଙ୍ଗ କରୁଥିବା ବେଳେ ପ୍ରକୃତି ଧ୍ବଂସ ହେବାରେ ଲାଗିଛି।

ସୂଚନା ଅନୁସାରରେ ଛତଦାଣ୍ଡି ସଂରକ୍ଷିତ ଜଙ୍ଗଲ ର ମହଖଣ୍ଡ ଅଞ୍ଚଳ ରେ ଚାଳିଛି ବେଧଡ଼କ ବେଆଇନ କର୍ସର ପଥର ମାଫିଆ ମାନେ ସରକାରୀ ନିୟମ ଉଲଙ୍ଘନ କରି ତାଙ୍କ କାୟା ବିସ୍ତାର କରି ଚାଳିଛନ୍ତି। ବଙ୍ଗୋମୁଣ୍ଡା ତହସିଲ ଅନ୍ତର୍ଗତ ସାନଗମଡା ରେ ରହିଛି ବନ ଦୁର୍ଗା କର୍ସର ଛତଦାଣ୍ଡି ସଂରକ୍ଷିତ ଜଙ୍ଗଲ ର ପାହାଡ ରେ ଚାଳିଛି ବେଆଇନ ବ୍ଳାଷ୍ଟିଙ୍ଗ। ତାର ଧ୍ୱନୀ କମ୍ପୁଛି ସାରା ଅଞ୍ଚଳ ଅନେକ ଲୋକେ ଭୟଭୀତ ଅବସ୍ଥା ରେ ରହିଥିବା ବେଳେ ସେହି ରାସ୍ତା ଦେଇ ଯାତାୟତ କରିବାକୁ ଲୋକେ ଭୟ କରୁଛନ୍ତି। ପଥର ମାଫିଆ ଙ୍କ ବ୍ଳାଷ୍ଟିଙ୍ଗ କରିବାର କୌଣସି ସମୟ ସୀମା ନାହିଁ ମନଇଚ୍ଛା ବ୍ଳାଷ୍ଟିଙ୍ଗ କରୁଥିବା ବେଳେ କୌଣସି ଡାକବାଜୀ ଯନ୍ତ୍ର ରେ ଘୋଷଣା ମଧ୍ଯ କରୁନାହାଁନ୍ତି।

ଅନ୍ୟପକ୍ଷ ରେ ଏହି ପଥର ଖଣି ବ୍ଳାଷ୍ଟିଙ୍ଗ କରିବାକୁ ସରକାରୀ ନିୟମ ଅନୁଯାଏ ଟ୍ରାକ୍ଟର ରେ ହୋଲ୍ଡ କରାଯାଇଥାଏ ଯାହାକି ୩ ଫୁଟ ଯାଏ ପଥର ବ୍ଳାଷ୍ଟିଙ୍ଗ ହୋଇଥାଏ କିନ୍ତୁ ସାନଗମଡା ଗାଁ ରେ ଥିବା ବନ ଦୁର୍ଗା କର୍ସର ମାଳିକ ଟ୍ରାକ୍ଟର ରେ ହୋଲ୍ଡ କରିବା ବଦଳରେ ବେଆଇନ ଭାବେ ଚେନ୍ ମେସ୍ସିନ ଲଗାଇ ହୋଲ୍ଡ କରୁଛନ୍ତି। ଯାହାଫଳ ରେ ତଳକୁ ପ୍ରାୟ ୧୨ ଫୁଟ ରୁ ଉର୍ଦ୍ଧ୍ବ ବ୍ଳାଷ୍ଟିଙ୍ଗ ହେଉଛି। ଯାହାଫଳ ରେ ବ୍ଳାଷ୍ଟିଙ୍ଗ ଧ୍ୱନୀ ରେ ସାରା ଅଞ୍ଚଳ ରେ କମ୍ପନ ସୃଷ୍ଟି ହେଉଛି। କର୍ସର ମାଳିକ ଟି ପ୍ରତୋକ ଦିନ ୨ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ପଥର ଦିନ ତମାମ ଖନନ କରୁଥିବା ନଜର ହେଉଛି। ଯେଉଁ ବନ ଦୁର୍ଗା କର୍ସର ମାଳିକ ପଥର ଖଣି ବ୍ଳାଷ୍ଟିଙ୍ଗ ଅନୁମତି ନେଇଛନ୍ତି ବାସ୍ତବ ରେ ସେ କେତେ କିବି ମିଟର ପାଇଁ ସେ ଅନୁମତି ନେଇଛନ୍ତି ଏବଂ ବର୍ତ୍ତମାନ ସେ କେତେ କିବି ମିଟର ପଥର ବ୍ଳାଷ୍ଟିଙ୍ଗ କରି ସାରିଛନ୍ତି ତାହା ତଦନ୍ତ ସାପେକ୍ଷ ଅଟେ।

ଅନେକ ସମୟରେ କିଛି ସରକାରୀ କର୍ମଚାରୀଙ୍କୁ ପଥର ମାଫିଆ ଓ କର୍ସର ମାଳିକ ମାନେ ହାତ ଗୁଞ୍ଜା ଦେଇ ମନଇଛା ସରକାରୀ ରାଜକୋଷ ରୁ କୋଟି କୋଟି ଟଙ୍କା ହରିଲୁଟ କରୁଛନ୍ତି। ବନ ଦୁର୍ଗା କର୍ସର ପଥର ଗୁଣ୍ଡ ପ୍ରଦୁଷଣ ବୃଦ୍ଧି ପାଉଥିବା ଯୋଗୁଁ ଲୋକେ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି। କର୍ସର ମାଳିକ ଙ୍କୁ ସ୍ଥାନୀୟ ଲୋକେ ଅଭିଯୋଗ କଳେ ଯାହା କରିବା ଅଛି କର ମୋ କିଏ କିଛି କରିପାରିବେ ନାହିଁ ବଡବଡ ରାଜନେତା ଙ୍କ ସହ ମୋର ଘନିଷ୍ଠ ସମ୍ପର୍କ ବୋଲି ସେ କହିଥାନ୍ତି। ଏନେଇ ବଲାଙ୍ଗୀର ଖଣି ଅଧିକାରୀ ଙ୍କ ପ୍ରତିକ୍ରିୟା ନେବାକୁ ଆମେ ଯୋଗାଯୋଗ କରିଥିଲୁ ହେଳେ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ବଲାଙ୍ଗୀର ଜିଲ୍ଲାପାଳ ନଜର ଦେଇ ଏହା ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ଅଞ୍ଚଳ ବାସୀ ଦାବି କରୁଛନ୍ତି।


